ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ ୩୯.୪୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ତୁଳନାରେ ୧୪% ଅଧିକ। କୃଷି ଓ ଭିତ୍ତିଭୂମିକୁ ଚଳିତ ବର୍ଷ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିସହ ପିଏମ ଗତି ଶକ୍ତିକୁ ପ୍ରୋତ୍ସାହିତ କରାଯାଇଛି। କେଉଁ ବିଭାଗକୁ କେତେ ଟଙ୍କା ମିଳିଛି, ସେ ସମ୍ପର୍କରେ ଏଯାଏ ବିସ୍ତୃତ ତଥ୍ୟ ଆସିନି। ତେବେ ଡିଜିଟାଲ କରେନ୍ସି ପ୍ରଚଳନକୁ ନେଇ ଚଳିତ ବଜେଟ ଉପସ୍ଥାପନ ବେଳେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତାଙ୍କ ଘୋଷଣା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଆରବିଆଇ ପକ୍ଷରୁ ଦେଶରେ ଡିଜିଟାଲ କରେନ୍ସିର ଆରମ୍ଭ କରାଯିବ।
ଆରବିଆଇର ଡିଜିଟାଲ କରେନ୍ସି ବ୍ଲକଚେନ୍ ଟେକ୍ନୋଲଜି ଦ୍ୱାରା ପ୍ରଚଳନ କରାଯିବ। ଏହି ଟେକ୍ନୋଲଜି ବିଟକଏନ ଓ ଅନ୍ୟ କ୍ରିପ୍ଟୋ କରେନ୍ସିରେ ମଧ୍ୟ ବ୍ୟବହୃତ ହୋଇଥାଏ। ଆରବିଆଇ ଡିଜିଟାଲ କରେନ୍ସି ପ୍ରଚଳନ କରିବାକୁ ଯାଉଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ ମଧ୍ୟ ବିଟକଏନ ଓ ଅନ୍ୟ କ୍ରିପ୍ଟୋ କରେନ୍ସିର ଭବିଷ୍ୟତ କ’ଣ ହେବ, ସେକଥା କିଛି ବି କହିନାହାନ୍ତି। ସେ କହିଛନ୍ତି, ଡିଜିଟାଲ କରେନ୍ସି ଦେଶର ଅର୍ଥନୀତିକୁ ଅଧିକ ବୁଷ୍ଟ ଦେବ। ଶସ୍ତା କରେନ୍ସ ମ୍ୟାନେଜମେଣ୍ଟ ବ୍ୟସ୍ଥାକୁ ଏହା ତ୍ୱରାନ୍ୱିତ କରିବାରେ ସହାୟତା କରିବ। ଦେଶର ଅର୍ଥନୀତି ଉପରେ ଏହାର ଭଲ ପ୍ରଭାବ ପଡ଼ିବ। ଏଥିପାଇଁ ବ୍ଲକଚେନ ଓ ଅନ୍ୟ ଟେକ୍ନୋଲଜି ଦ୍ୱାରା ଏହି ଡିଜିଟାଲ କରେନ୍ସି ଆରମ୍ଭ କରାଯିବ। ସେ କହିଛନ୍ତି, ଭର୍ଚୁଆଲ ଓ ଡିଜିଟାଲ ସମ୍ପତ୍ତି ବିକ୍ରି ଓ କିଣିବା ଦ୍ୱାରା ହେଉଥିବା ଆୟ ଉପରେ ୩୦% ଟିକସ ଲୋକଙ୍କୁ ଦେବାକୁ ପଡ଼ିବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0