ଯେତେ ଯାହା କଲେ ବି କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର। ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ ବି କାଟୁ କରୁନି। କେତେବେଳେ ଆନ୍ଧ୍ର ଅଧିକାରୀ ଆସି କୋଟିଆରେ ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ କରୁଛନ୍ତି ତ ଆଉ କେତେବେଳେ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତି ତ ଆଉ କେତେବେଳେ ଅସ୍ଥାୟୀ ସ୍କୁଲ କରି ପିଲାମାନଙ୍କୁ ପାଠ ପଢ଼ାଉଛି। ଯାହାକି ଓଡ଼ିଶା ସରକାରର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିପାଇଁ ଓଡ଼ିଶା ସରକାର କୋଟିଆରେ ଉନ୍ନତିକରଣ କାର୍ୟ୍ୟ କରିବାରେ ଲାଗିପଡ଼ିଛି। ତେବେ କୋଟିଆରେ ଉନ୍ନତିକରଣ କାର୍ୟ୍ୟ ଚାଲିଥିବା ବେଳେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଆନ୍ଧ୍ର ମୁହାଁ ହେଉଥିବା ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ପାଠ ପଢିବାକୁ ସୁବିଧା ମିଳିବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ନିକଟବର୍ତ୍ତୀ ଗାଁ ଗୁଡିକର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଗଂଜେଇ ପଦରରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଏଥିରେ ପିଲାମାନଙ୍କୁ ସିବିଏସସି ପାଠ୍ୟକ୍ରମରେ ପାଠ ପଢ଼ାଯିବ। ତେଲୁଗୁ ଭାଷାରେ ପାଠ ପଢିବାକୁ ଆନ୍ଧ୍ର ମୁହାଁ ହେଉଥିବା ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ପାଠ ପଢିବାକୁ ସୁବିଧା ମିଳିବ।ସେ ଆହୁରି କହିଛନ୍ତି, ଏହି ବିଦ୍ୟାଳୟ ଖୋଲିଲେ କୋଟିଆ ଓ ପଟାଙ୍ଗୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷା ପାଇ ପାରିବେ। ବିଦ୍ୟାଳୟ ଘର ନିର୍ମାଣ ହେବା ପର୍ୟ୍ୟନ୍ତ ଗଂଜେଇ ପଦରରେ ଥିବା ଆଦିବାସୀ ଜାତି ଓ ଜନଜାତି ଦ୍ୱାରା ନିର୍ମିତ ବିଦ୍ୟାଳୟରେ ପାଠ ପଢ଼ାଯିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0