୪ବର୍ଷପରେ ଘରକୁ ବାହୁଡ଼ିଲେ ଶଶିକଳା । ତାମିଲନାଡ଼ୁର ଏଆଇଏଡ଼ିଏମକେର ପୂର୍ବତନ ସଦସ୍ୟା ଭି.କେ. ଶଶିକଳା ଜେଲରୁ ମୁକୁଳିଛନ୍ତିି । ୬୩ ବର୍ଷୀୟ ଶଶିକଳା ବେଙ୍ଗଲୁରୁର ସେଣ୍ଟ୍ରାଲ ଜେଲ ପାରାପ୍ପାନା ଆଗ୍ରାହରାରୁ ଆଜି ମୁକୁଳିଛନ୍ତି । ୨୦୧୭ ମସିହାରେ ଆୟ ବହିଭୁର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ୪ବର୍ଷ ଜେଲ ଦଣ୍ଡା ଦେଶ କରାଯାଇଥିଲା । ତେବେ ଆଜି ମୁକୁଳିବା ପରେ ଶଶିକଳା ଭିକ୍ଟୋରିଆ ହସ୍ପିଟାଲରେ୪ରୁ ୫ ଦିନ ରହି ଚିକିସôିତ ହେବେ । ଅନ୍ୟପଟେ ଶଶିକଳା ଜେଲରୁ ମୁକୁଳିବା ଖୁସିରେ ତାଙ୍କ ସମର୍ଥକ ହସ୍ପିଟାଲ ବାହାରେ ସ୍ଲୋଗାନ ଦେବା ସହ ପରସ୍ପରକୁ ମିଠା ଖୁଆଇଛନ୍ତି । ତେବେ ଶଶିକଳାଙ୍କ ଘରବାହୁଡ଼ା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0