ବାଲିଗୁଡା : କନ୍ଧମାଳ ଜିଲ୍ଲା ଜଲେଶପଟା କନ୍ୟାଶ୍ରମ ପରିଚାଳକ ସ୍ୱାମୀ ଜୀବନମୁକ୍ତା ନନ୍ଦ ପୁରୀଙ୍କ ପାଖକୁ ପୁଣି ଥରେ ଆସିଛି ଧମକ ପୂର୍ଣ୍ଣ ଫୋନ୍ କଲ। ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ସ୍ୱାମୀଜୀଙ୍କୁ ହତ୍ୟା ଧମକ ଦେବା ସହିତ କନ୍ୟାଶ୍ରମ ଉଡାଇ ଦେବାକୁ ଧମକ ଦେଇଛି। ଏପରି ଧମକପୂର୍ଣ୍ଣ ଫୋନ୍ ମିଳିବା ପରେ ଆଶ୍ରମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ସକାଳ ୯ଟା ସମୟରେ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କ ପାଖକୁ ଏକ ମିସକଲ କଲ ଆସିଥିଲା। ଏ ସମ୍ପର୍କରେ ସ୍ୱାମୀଜୀ ସୁରକ୍ଷାକର୍ମୀଙ୍କୁ କହିଥିଲେ। ପରେ ସୁରକ୍ଷା କର୍ମୀମାନେ ସେହି ନମ୍ବରରେ ଫୋନ କରିଥିଲେ। ଫୋନ ରିସିଭି କରିବା ପରେ ସେପଟୁ ସ୍ୱାମୀଜୀଙ୍କୁ ଜୀବନୀରୁ ମାରି ଦେବାକୁ ଧମକ ଦିଆଯାଇଥିଲା। ଶନିବାର ସନ୍ଧ୍ୟା ବେଳେ ମଧ୍ୟ ସ୍ୱାମୀଜୀଙ୍କୁ ହତ୍ୟା ସହିତ କନ୍ୟାଶ୍ରମ ଉଡାଇ ଦେବାକୁ ଧମକପୂର୍ଣ୍ଣ ଫୋନ୍ କଲ ଆସିଥିଲା। ଏନେଇ ସ୍ୱାମୀଜୀ ତୁମୁଡିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଶ୍ରମ ପାଖରେ ପୁଲିସ ମୁତୟନ ହୋଇଛନ୍ତି। ଆଖାପାଖ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯାଇଥିଲା। ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ବୋଲି ପୁଲିସ କହିଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0