ପୁଣି ମାଓ ବର୍ବରତା,୫ ରୁ ଉର୍ଦ୍ଧ ଗାଡି ଜାଳିବା ସହ ସୁପରଭାଇଜରକୁ କଲେ ଅପହରଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ପରେ ଅପହରଣ। ମାଓବାଦୀ ପିପଲଖୁଟା ଗାଁ ନିକଟରେ୫ ରୁ ଅଧିକ ଗାଡ଼ି ଜାଳିଦେଲେ ମାଓବାଦୀ। ଜଳସେଚନ ବିଭାଗର କେନାଲ କାମରେ ନିୟଜିତ ଗାଡ଼ିକୁ ଜାଳିଦେଲେ ମାଓବାଦୀ। କେନାଲ କାମରେ ନିୟୋଜିତ ଥିଲା ଏହି ସବୁ ଗାଡ଼ି। କେନାଲ କାମକୁ ବିରୋଧ କରି ମାଓବାଦୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ମାଓବାଦୀ ମାନେ ଘଟଣାସ୍ଥଳରେ ଥିବା ସୁପରଭାଇଜରକୁ ଅପହରଣ କରିଛନ୍ତି । ଗତକାଲି ମାଓବାଦୀଙ୍କ ସହିଦ ସପ୍ତାହର ଶେଷ ଦିନ ଥିବା ବେଳେ ନକ୍ସଲ ଏଭଳି ହିଂସାତ୍ମକ ହୋଇପଡିଥିଲେ। ଶହେରୁ ଉର୍ଦ୍ଧ୍ବ ନକ୍ସଲ ଏହି ଘଟଣା ଘଟାଇଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ଏ ପର୍ଯ୍ୟନ୍ତ ପହଁଚି ନଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0