spot_img

ଗୁଜୁରାଟରେ ଏଣ୍ଟ୍ରି ମାରିବ AIMIM

ଆଗକୁ ରହିଛି ଗୁଜୁରାଟରେ ବିଧାନସଭା ନିର୍ବାଚନ | ସେଥିପାଇଁ ତତ୍ପର ହୋଇ ଉଠିଛନ୍ତି ରାଜନୈତିକ ଦଳ | ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଅଲ୍‌ ଇଣ୍ଡିଆ ମଜଲିସ୍‌ ଏ ଇସ୍ତେହାଦୁଲ ମୁସ୍ଲିମୀନ୍‌ (AIMIM) ମୁଖ୍ୟ ଅସଦୁଦ୍ଦୀନ ଓଓ୍ବେସୀ । ଓଓ୍ବେସୀ କହିଛନ୍ତି, ଗୁଜୁରାଟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ଏଆଇଏମ୍‌ଆଇଏମ୍‌ ଦଳ | ଗୁଜରାଟରେ କେତେ ସିଟ୍‌ରେ ପ୍ରାର୍ଥୀ ଦିଆଯିବ ସେ ନେଇ ରାଜ୍ୟ ୟୁନିଟ୍‌ ନିଷ୍ପତ୍ତି ନେବେ । ବିଧାନସଭା ନିର୍ବାଚନ ପୁରା ଦମ୍‌ରେ ଲଢିବ ଦଳ । ଓଓ୍ବେସୀ କହିଛନ୍ତି ୧୯୮୪ ପରଠାରୁ ଗୁଜୁରାଟରେ କେହି ଜଣେ ବି ମୁସଲିମ ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି । କଂଗ୍ରେସକୁ ଟାର୍ଗେଟ୍‌ କରି ଓଓ୍ବେସୀ କହିଛନ୍ତି, ‘କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜ ପାରମ୍ପରିକ ସିଟ୍‌ ଆମେଥୀରୁ ପରାଜିତ ହୋଇଛନ୍ତି । ସେଠାରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଆମର କେହି ଆଶାୟୀ ପ୍ରାର୍ଥୀ ନଥିଲେ । ସେ ବାୟନାଡ୍‌ରୁ ବି ଏଥିପାଇଁ ଜିତିଥିଲେ ଯେ ସେଠାରେ ପ୍ରାୟ ୩୫ ପ୍ରତିଶତ ଲୋକ ସଂଖ୍ୟାଲଘୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular