ଦେଶ ବର୍ତ୍ତମାନ ସାମରିକ କ୍ଷେତ୍ରରେ ଅଗ୍ରଗତି କରୁଛି | ଆଜି ୯୨୫ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସଟ୍ଟା-ଗନ୍ଧବ ରାସ୍ତାରେ ଭାରତୀୟ ବାୟୁସେନା ବିମାନ ଲାଗି ଏକ ଜରୁରୀକାଳୀନ ଅବତରଣ ‘ଷ୍ଟ୍ରିପ୍’ ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ନିତିନ ଗଡ଼କରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ ନିମନ୍ତେ ‘ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ’ ୯୨୫ ନମ୍ବର ରାଜପଥର ସଟ୍ଟା-ଗନ୍ଦଭ ଅଞ୍ଚଳରେ ୩ କିଲୋମିଟର୍ ବ୍ୟାପୀ ଏକ ‘ଷ୍ଟ୍ରିପ୍’ ନିର୍ମାଣ କରିଛି। ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ‘ସିଡିଏସ୍’ ବିପିନ ରାୱତ୍ଙ୍କୁ ନେଇ ବାୟୁସେନାର ଏକ ‘ହର୍କ୍ୟୁଲିଜ୍ ସି-୧୩୦ଜେ’ ବିମାନ ଆଜି ଜାତୀୟ ରାଜପଥରେ ଜରୁରୀକାଳୀନ ‘ମକ୍’ ଅବତରଣ କରିଥିଲା। କେନ୍ଦ୍ରମନ୍ତ୍ରୀ ମଧ୍ୟ ‘ଏନ୍ଏଚ୍-୨୯୫’ର ଏହି ‘ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ୍ ଫେସିଲିଟି’ରେ ‘ସୁଖୋଇ-୩୦ଏମ୍କେଆଇ’ ଲଢୁଆ ବିମାନ, ‘୩୨ ସାମରିକ ପରିବହନ ବିମାନ’ ଏବଂ ‘ଏମ୍ଆଇ-୧୭ଭି୫ ହେଲିକପ୍ଟର୍’ ସମେତ ଏକାଧିକ ବିମାନର ଉଡ଼ାଣ ଓ ଅବତରଣ ଦୃଶ୍ୟ ଦେଖିଲେ। ଭାରତୀୟ ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ ପାଇଁ ‘ଏନ୍ଏଚ୍-୯୨୫’ ହେଉଛି ଭାରତର ପ୍ରଥମ ଜାତୀୟ ରାଜପଥ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0