spot_img

ବାୟୁସେନାର ସାମିଲ ହେଲା ଶକ୍ତିଶାଳୀ ହାମର ମିସାଇଲ୍

ନୂଆଦିଲ୍ଲୀ, ୧୬|୧୧:  ଶକ୍ତିଶାଳୀ ହେବାରେ ଲାଗିଛି ଭାରତୀୟ ବାୟୁସେନା । ଦିନକୁ ଦିନ ହେଉଛି ଅଧିକରୁ ଅଧିକ ମଜବୁତ । ଚୀନ ସହ ଚାଲିଥିବା ବିବାଦ ମଧ୍ୟରେ ବାରତୀୟ ବାୟୁସେନାକୁ ମିଳିଛି ନୂଆ ମିସାଇଲ । ବାୟୁସେନାରେ ସାମିଲ ହୋଇଛି ପ୍ରାନ୍ସର ହାମର୍ ମିସାଇଲ । ଏହାର ଟାର୍ଗେଟରୁ ଶତ୍ରୁ ବଞ୍ଚିବା ଅସମ୍ଭବ । ଏହାକୁ ଏଲସିଏ ତେଜସ୍ ଫାଇଟରରେ ଲଗାଯିବ ।

ଏଲସିଏ ତେଜସ୍ ଫାଇଟରରେ ହାମର ଲଗାଯିବା ପରେ ଏହା ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଯିବ । ଏଥିରେ ଶତ୍ରୁପକ୍ଷର ବଙ୍କରକୁ ୭୦ କିମି ଦୂରରୁ ଧ୍ୱଂସ କରିହେବ । ଏହାକୁ ଜରୁରୀକାଳିନ ପ୍ରକ୍ରିୟାରେ କ୍ରୟ କରାଯାଇଛି । ଏହି ମିସାଇଲକୁ ରାଫେଲରେ ମଧ୍ୟ ଲଗାଯାଇ ପାରିବ ।

ଏହି ମିସାଇଲ୍ ପର୍ବତ୍ୟାଞ୍ଚଳରେ ଶତ୍ରୁପକ୍ଷଙ୍କୁ ମାତ୍ ଦେଇପାରିବ । ଚୀନର ଜେଏଫ-୧୭କୁ ଏହା ଟକ୍କର ଦେଇପାରିବ । ସେହିପରି ଆକାଶରୁ ଏହା ସ୍ଥଳଭାଗରେ ଲକ୍ଷ୍ୟ ଭେଦ କରିପାରିବ ।ସୂଚନାଯୋଗ୍ୟ, ୧୦୦ରୁ ଅଧିକ ହାମର ମିସାଇଲ ଭାରତରେ ପହଁଚିଛି । କିନ୍ତୁ ସରକାରୀ ଭାବେ ମିସାଇଲ୍ ବାବଦରେ ଅଧିକ ସୂଚନା ଦିଆଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular