ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର ଦୁବାଇ ପାଇଁ ସମସ୍ତ ଉଡାଣ ୧୯ ସେପ୍ଟେମ୍ବରଠାରୁ ଚାଲୁ ହେବ ବୋଲି ଶୁକ୍ରବାର ସଂନ୍ଧ୍ୟାରେ ଏୟାର ଇଣ୍ଡିଆ ତରଫରୁ ସ୍ପଷ୍ଟ କରାଯାଇଛି । କାଲିଠାରୁ ମୂଳ ସୂଚୀ ଅନୁସାରେ ସମସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୁବାଇପାଇଁ ଉଡାଣ ଭରିବେ । ଏହା ପୂର୍ବରୁ ଶୁକ୍ରବାର ସକାଳେ, ଦୁବାଇ ନାଗରୀକ ଉଡ୍ଡୟନ ପ୍ରାଧୀକରଣ ତରଫରୁ ୧୩ ସେପ୍ଟେମ୍ବରରୁ ଗୋଟିଏ ଏବଂ ୧୫ ଦିନ ପାଇଁ ପୁଣି ଥରେ ଆରମ୍ଭ ହେବାକୁ ଥିବା ଏୟାର ଇଣ୍ଡିଆର ଉଡାଣକୁ ଅସ୍ଥାୟୀ ଭାବେରେ ବନ୍ଦ କରାଯାଇଥିଲା ।
ୟୁଏଇ ସରକାର ଚଳିତ ବର୍ଷ ଆରମ୍ଭରୁ ସ୍ପଷ୍ଟ କରିସାରିଥିଲା କି, ଯେକୌଣସି ଯାତ୍ରୀ ଏମିରେଟସ୍ ଯାତ୍ରା କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଯାତ୍ରାର ୯୬ ଘଣ୍ଟା ପୂର୍ବରୁ କରୋନା ନେଗେଟିଭ୍ ସାର୍ଟିଫିକେଟ୍ ଦେବାକୁ ପଡିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0