spot_img

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଶିଳାନ୍ୟାସ ସମ୍ପର୍ଣ୍ଣ

ଅଯୋଧ୍ୟା: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭୂମି ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୁ ରୀତିନୀତିରେ ଭୂମିପୂଜା ସମ୍ପର୍ଣ୍ଣ କରିଛନ୍ତି । ୧୨ଟା ୪ ଠାରୁ ୩୨ ସେକେଣ୍ଡର ଶୁଭ ମୁହୂର୍ତ୍ତ ଥିବା ବେଳେ ନିର୍ଦ୍ଧାରିତ ସମୟରେ ହୋଇଥିଲା ପୂଜା । ପ୍ରଥମେ ଅଭିଷେକ ପୂଜା କରାଯିବା ପରେ ମନ୍ଦିରର ଶିଳାନ୍ୟାସ କରିଥିଲେ ମୋଦୀ । ପୂଜାପାଠରେ ୨୧ ପୁରୋହିତ ନିୟୋଜିତ ହୋଇଥିବା ବେଳେ ନିମନ୍ତ୍ରିତ ହୋଇଥିଲେ ୧୭୫ ଅତିଥି । ଭୂମିପୂଜନ ପାଇଁ ୨୪ ଘଂଟିଆ ଯଜ୍ଞର ଆୟୋଜନ କରାଯାଇଛି । ପୂଜା ପାଇଁ ୨ ହଜାର ୫୭୮ ଟି ସ୍ଥାନରୁ ମାଟି, ଚାରିଧାମ ଓ ସଙ୍ଗମ ସ୍ଥଳରୁ ପାଣି ଆସିଛି । ରୁପା ମୁଦ୍ରା ସହ ୪୦ କିଲୋ ଓଜନର ୫ଟି ରୂପା ଇଟା ଶିଳାନ୍ୟାସରେ ବ୍ୟବହାର ହୋଇଥିବା ବେଳେ ୧ ଲକ୍ଷ ୧୧ ହଜାର ଲଡୁ ପ୍ରସ୍ତୁତ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular