ଚଣ୍ଡିଗଡ଼: ମୋଦୀ ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ବିଲକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । କିସାନମାନଙ୍କ ସହିତ ବିପକ୍ଷ ଦଳ ମଧ୍ୟ ଏହାର ବିରୋଧ କରୁଛନ୍ତି । ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ସହିତ ୨୨ ବର୍ଷ ଧରି ଜଡ଼ିତ ରହିଥିବା ମେଣ୍ଟ ସରକାରରେ ଶିରୋମଣି ଅକାଳି ଦଳ ଏକ ଝଟକା ଦେଇଛି । କୃଷି ବିଲ ବିରୋଧରେ ଶିରୋମଣୀ ଅକାଳି ଦଳ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ NDA ସହିତ ୨୨ ବର୍ଷ ଧରି ସମର୍ଥନ କରିଆସୁଥିବା ବେଳେ ବର୍ତ୍ତମାନ ଏହା ଏନଡ଼ିଏ ହାତ ଛାଡ଼ି ଦେଇଛି । ଶିରୋମଣୀ ଅକାଳି ଦଳ ତରଫରୁ କିଛି ଦିନ ପୂର୍ବରୁ ମୋଦୀ ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ବିଲକୁ ବିରୋଧ କରାଯାଉଛି । ଅକାଳୀ ଦଳର ନେତା ହରସିମରତ କୋର ବାଦଲ ପ୍ରଥମରୁ ହିଁ କେନ୍ଦ୍ରୀୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଥିଲେ । ବର୍ତ୍ତମାନ ଅକାଳି ଦଳ କୃଷି ବିଲକୁ ବିରୋଧ କରି ଏନଡ଼ିଏରୁ ଅଲଗା ହୋବା ପାଇଁ ନିଷ୍ପତି ନେଇଛି । ଅକାଳି ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ପାର୍ଟିର କୋର କମିଟିରେ ସାମିଲ ହୋଇଥିବା ବରିଷ୍ଠ ନେତା ମାନଙ୍କ ସହିତ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0