spot_img

ଆକାଶଙ୍କ ସମ୍ପତ୍ତିର ଫିଟୁଛି ଗୁମର..ଆକାଉଣ୍ଟରୁ ମିଳିଲା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର: ଧିରେ ଧିରେ ଫିଟୁଛି ପାଠକ୍ ବାପ-ପୁଅଙ୍କ ଅମାପ ସମ୍ପତ୍ତିର ଗୁମର। ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପୂର୍ବରୁ ୧୬ କୋଟି ୫ ଲକ୍ଷ ଟଙ୍କା ମିଳିଥିଲା । ଏବେ ପୁଣି ମିଳିଛି ୧ କୋଟି ୨୮ ଲକ୍ଷ ଟଙ୍କା । ଭୁବନେଶ୍ୱର ଏବଂ ପୁଣେରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ମିଳିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଆକାଶ ପାଠକଙ୍କ ନାଁରେ ବ୍ରହ୍ମପୁର ଓ ବଲାଙ୍ଗିରରେ ବ୍ୟାଙ୍କ ଆକାଉଣ୍ଟ ସହ ଇନସୁରାନ୍ସ ପଲିସି ରହିଛି । ଏହାବ୍ୟତୀତ ୩ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୬ କୋଟି ୫ ଲକ୍ଷ ଟଙ୍କା ଜମା ହୋଇଥିବାବେଳେ ସେଥିମଧ୍ୟରୁ ୧୦ କୋଟି ୭୬ ଲକ୍ଷ ଟଙ୍କା ନଗଦ ଆକାରରେ ଜମା ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି । ପାଠକ ବାପ-ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଭିଜିଲାନ୍ସ ତଦନ୍ତ କରୁଛି । କଟକରେ ଉଭୟଙ୍କୁ ଜେରା କରାଯାଉଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular