ଭୁବନେଶ୍ୱର: ଶେଷରେ ସତ ମାନିଲେ ଆକାଶ ପାଠକ । ଘନ ଘନ ଜେରାରେ ଏସଆଇଟି ଆଗରେ ସତ ମାନିଛନ୍ତି ଆଇଏଫଏସ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ । ସେ ଟାଟା କମ୍ପାନୀରେ ଚାକିରି କରୁନଥିଲେ । ଭିଜିଲାନ୍ସ ଏସଆଇଟିର ମାରାଥନ ଜେରା ସମୟରେ ଏହା ସେ ସ୍ୱୀକାର କରିଥିବା ଜଣାପଡ଼ିଛି । ଲୋକଙ୍କୁ ଠକିବା ପାଇଁ ନିଜକୁ ଟାଟା ମୋଟର୍ସର ଏମ୍ଡି ଭାବେ ପରିଚୟ ଦେଉଥିଲେ । ତିନି ଦିନିଆ ରିମାଣ୍ଡରେ ଥିବା ଆକାଶ ଲୋକଙ୍କ ଆଗରେ ନିଜର ଷ୍ଟାଟସ ଦେଖାଇବାକୁ ଏଭଳି ଜାଲିଆତି କରିଥିବା ମାନିଛନ୍ତି । କମ୍ପାନୀ ଚାକିରି କରାଇଦେବାର ପ୍ରଲୋଭନ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ମଧ୍ୟ ସ୍ୱୀକାର କରିଥିବା ଜଣାପଡ଼ିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0