ନିକଟରେ ସ୍ୱାମୀ ତଥା ସାଉଥ ସୁପରଷ୍ଟାର ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହୋଇଛନ୍ତି ସାଉଥ ସୁନ୍ଦରୀ ସମନ୍ଥା। ଟଲିଉଡ ପରେ ସେ ବଲିଉଡରେ ମଧ୍ୟ କାମ କରିଛନ୍ତି। ହେଲେ ଏବେ ସମନ୍ଥା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହ ବିଚ୍ଛେଦ ପରେ ସମନ୍ଥାଙ୍କ କୁଆଡେ ପରକୀୟ ପ୍ରିତି ସମ୍ପର୍କ ଥିବା ନେଇ କଥା ଉଠିଥିଲା। ଏପରିକି ସୋଶାଲ ମିଡିଆରେ ସମନ୍ଥା ପିଲାପିଲି ଚାହୁଁନଥିବା ଏବଂ ଗର୍ଭପାତ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ସମସ୍ତ ଗୁଜବ ବିଷୟରେ ସାମନ୍ଥା ତାଙ୍କ ପକ୍ଷ ରଖିଛନ୍ତି। ସାମନ୍ଥା ତାଙ୍କ ‘ଅଫେୟାର’ ବିଷୟରେ ଆସୁଥିବା ଖବର ବିଷୟରେ ସତ୍ୟ ପ୍ରକାଶ କରିଛନ୍ତି। ଏଥିସହ ‘ଗର୍ଭପାତ’ ଅଭିଯୋଗକୁ ସେ ଭିତ୍ତିହୀନ ବୋଲି କହିଛନ୍ତି। ସମନ୍ଥା ଲେଖିଛନ୍ତି, ‘ବ୍ୟକ୍ତିଗତ ସଙ୍କଟରେ ଆପଣଙ୍କର ଭାବପ୍ରବଣ ନିବେଶ ମୋତେ ଆନନ୍ଦିତ କରିଛି। ଗଭୀର ସହାନୁଭୂତି, ଚିନ୍ତା ଏବଂ ମିଥ୍ୟା ଗୁଜବ ଏବଂ କାହାଣୀରୁ ମୋତେ ରକ୍ଷା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ସେମାନେ କୁହନ୍ତି ମୋର ଅଫେୟାର ଥିଲା, ମୁଁ କେବେ ପିଲା ଚାହୁଁନଥିଲି, ମୁଁ ଜଣେ ସୁବିଧାବାଦୀ ଏବଂ ବର୍ତ୍ତମାନ ମୋର ଗର୍ଭପାତ ହୋଇସାରିଛି। ଛାଡପତ୍ର ନିଜ ଭିତରେ ହିଁ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ପ୍ରକ୍ରିୟା। ଏଥିରୁ ବାହାରିବାକୁ ମୋତେ ସମୟ ଦିଅ। ଏହି ବ୍ୟକ୍ତିଗତ ପ୍ରସଙ୍ଗ ମୋ ଉପରେ ଜାରି ରହିଛି। କିନ୍ତୁ ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ଯେ ମୁଁ ନିଜକୁ ଭାଙ୍ଗିବାକୁ ସୁଯୋଗ ଦେବି ନାହିଁ।’



Visitors Today : 1
Total Visitors : 130303
Total Views : 9891806
Visitors Online Now : 0