ସମ୍ବଲପୁର: ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ସମ୍ବଲପୁରୀ ଶାଢ଼ୀ । ଯାହାକୁ ନେଇ ସମଗ୍ର ଓଡ଼ିଶାବାସୀ ଗର୍ବ କରନ୍ତି । କିନ୍ତୁ ପ୍ରମୁଖ ଅନଲାଇନ ସପିଂ କମ୍ପାନୀ ଆମାଜନ୍ ଏହି ଶାଢ଼ୀକୁ ଓଡ଼ିଶା ବଦଳରେ ପଶ୍ଚିମ ବଙ୍ଗର ବୋଲି ଦର୍ଶାଇ ବିକ୍ରି କରୁଥିଲା । ଏହା ଜଣାପଡ଼ିବା ପରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଫଳରେ ଆମାଜନ୍ ନିଜ ୱେବସାଇଟରେ ସଂଶୋଧନ କରିବା ସହ ଟ୍ୱିଟ୍ କରି ନିଜ ଦୋଷ ସ୍ୱୀକାର କରି କରିଛି । ସେଠାରେ ସମ୍ବଲପୁରୀ ଶାଢ଼ୀ ଓଡ଼ିଶାର ବୋଲି ଉଲ୍ଳେଖ କରିଛି । ଏଭଳି ଘଟଣାରେ ପଶ୍ଚିମ ଓଡ଼ିଶାବାସୀ ଗଭୀର ମର୍ମାହତ ହୋଇଛନ୍ତି । ଶହ ଶହ ବର୍ଷର ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ବୋଲି କିପରି ଦର୍ଶାହେଲା, ସେନେଇ ପ୍ରଶ୍ନ ଉଠିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0