spot_img

ସପ୍ତାହକ ଭିତରେ ଆମେରିକା ଆଣିବ କରୋନା ଟିକା

ସପ୍ତାହକ ମଧ୍ୟରେ ଆମେରିକା ଆଣିବ କରୋନା ଟିକା । ନିର୍ବାଚନ ଆଗରୁ ଶେଷ ଡିବେଟ ରେ ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଭ୍ୟାକସିନ କାମ ଏବେ ଯୁଦ୍ଧକାଳିନ ଭିତିରେ ଆଗେଇ ଚାଲିଛି । ଆମେରିକା ସେନା ଏହି ଭ୍ୟାକସିନ ବିତରଣ କାମ କରିବ । ଶେଷ ଡିବେଟ ରେ କରୋନା ମୁକାବିଲାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଥମ ପ୍ରଶ୍ନ ହୋଇଥିଲା। ଏହାର ଜବାବ ରଖିବାକୁ ଯାଇ ଟ୍ରମ୍ପ କରୋନା ଭ୍ୟାକସିନ୍ ସପ୍ତାହକ ମଧ୍ୟରେ ଆସୁଥିବା ନେଇ କରିଛନ୍ତି ବଡ ଘୋଷଣା । ଡିବେଟ୍ ସମୟରେ ଟ୍ରମ୍ପ ଇସାରା କରିଛନ୍ତି ଖୁବଶୀଘ୍ର ଆମେରିକା ଚୀନରୁ ଆସିଥିବା ଏହି ବିଶ୍ୱ ମହାମାରୀକୁ ମୁକାବିଲା କରିଛି । ସେ ଯେତେବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ତାଙ୍କ ଠାରେ ଏହି ଔଷଧକୁ ପ୍ରୟୋଗ କରିଥିଲେ ଡାକ୍ତର । ଆଉ ଟ୍ରମ୍ପ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଆମେରିକାର ସର୍ବସାଧାରଣ ଲୋକଙ୍କୁ ଏହି ଟିକାର ସୁବିଧା ମିଳିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular