spot_img

ଆମେରିକାବାସୀଙ୍କୁ ମିଳିଲା କରୋନା ଭାକସିନର ପ୍ରଥମ ଡୋଜ୍

ଆମେରିକା: ରବିବାର ଆମେରିକାକୁ ମିଳିଛି କରୋନା ଭାକସିନର ପ୍ରଥମ ଡୋଜ୍ । ଟ୍ରକ ଓ ଜାହାଜ ମାଧ୍ୟମରେ ଭାକ୍ସିନକୁ ଆମେରିକା ନିଆଯାଇଛି । ମୋଟ ୬ ଶହଟି ସ୍ଥାନକୁ ଭାକ୍ସନ୍ ପଠାଯିବାକୁ ଥିବା ସୂଚନା ମିଳିଛି । ଆମେରିକାରେ ଏବେ ଦୈନିକ ୨ ହଜାର ୪ ଶହରୁ ଅଧିକ କରୋନା ସଂକ୍ରମିତ ପ୍ରାଣ ହରାଉଛନ୍ତି । ଏହାକୁ ରୋକ୍ ଲଗାଇବା ପାଇଁ ଆମେରିକା ପ୍ରଶାସନ ଫାଇଜର ଟିକାକୁ ଜରୁରୀକାଳିନ ମଞ୍ଜୁରୀ ପ୍ରଦାନ କରିଥିଲା । ଲୋକଙ୍କ ଜୀବନ ରକ୍ଷା କରିବାକୁ ପ୍ରଥମେ ଏଠାରେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କଙ୍କୁ ଟିକା ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular