ବ୍ୟୁରୋ ରିପୋର୍ଟ : ଆମେରିକାରେ ହୋଇଛି ଟ୍ରମ୍ପ ଯୁଗର ପରିସମାପ୍ତି । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ । ସେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ବହୁମତରେ ପରାସ୍ତ କରି ଏହି ସ୍ଥାନ ଅଧିକାର କରିଛନ୍ତି । ବର୍ତ୍ତମାନ ସେ ଆମେରିକାର ୪୬ ତମ ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତି ପଦ ପାଇଁ ୨୭୦ ମ୍ୟାଜିକ୍ ନମ୍ବର ଥିବା ବେଳେ ଜୋ ବାଇଡେନ ହାସଲ କରିଛନ୍ତି ୨୭୩ ଭୋଟ । ଏବଂ ଟ୍ରମ୍ପଙ୍କୁ ମିଳିଛି ୨୧୪ ଭୋଟ । ତେବେ ଏହି ଜୋ ବାଇଡେନ କିଏ? କ’ଣ ରହିଛି ତାଙ୍କ ରାଜନୈତିକ କ୍ୟାରିୟର ?
ଜୋ ବାଇଡେନ ହେଉଛନ୍ତି ଆମେରିକା ରାଜନୀତିର ବୟସ୍କ ତଥା ପ୍ରବୀଣ ରାଜନେତା । ୧୯୭୨ ମସିହାରେ ବାଇଡେନ ପ୍ରଥମ ଥର ରିପବ୍ଲିକାନ ସିନେଟର ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ତାଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା । ସିନେଟର ଭାବେ ନିର୍ବାଚିତ ହେବାର କିଛି ଦିନ ମଧ୍ୟରେ ତାଙ୍କ ପତ୍ନୀ ଓ ଝିଅ ଏକ ରୋଡ ଆକ୍ସିଡେଣ୍ଟରେ ପ୍ରାଣ ହରାଇଥିଲେ । ୨୦୦୮ ପର୍ଯ୍ୟନ୍ତ ସେ ବାରମ୍ବାର ସିନେଟକୁ ନିର୍ବାଚିତ ହୋଇଥିଲେ । ୧୯୭୦ରେ ବାଇଡେନ୍ ଆମେରିକା ସରକାରଙ୍କ କୃଷ୍ଣକାୟ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବସ ପରିବହନ ବ୍ୟବସ୍ଥାକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ । ୧୯୮୭ରେ ସେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢି ବିଫଳ ହୋଇଥିଲେ । ସିନେଟ୍ ବିଚାର ବିଭାଗୀୟ କମିଟିର ଅଧ୍ୟକ୍ଷ ଥିବାବେଳେ ବାଇଡେନ୍ ଏକ ମାମଲାର ତର୍ଜମା କରି ଖୁବ୍ ବିରୋଧର ସମ୍ମୁଖୀନ ହୋଇଥିଲେ । ଆମେରିକା ସୀମା ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ ନ୍ୟାୟିକ ବ୍ୟବସ୍ଥାର ସଂସ୍କାର ଆଣିବାରେ ବାଇଡେନଙ୍କର ଉଲ୍ଲେଖନୀୟ ଭୂମିକା ଥିଲା । କେବଳ ସେତିକି ନୁହେଁ, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଦୁଇଟି କାର୍ଯ୍ୟକାଳ ମଧ୍ୟରେ ବାଇଡେନ ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଚଳିତ ନିର୍ବାଚନରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡେମୋକ୍ରାଟିକ ପାର୍ଟିରୁ ପ୍ରାର୍ଥୀ ହେବା ସହ ଟ୍ରମ୍ପଙ୍କ ବିରୋଧରେ ନିଜର ପ୍ରଚାର ଅଭିଯାନ ଜୋରଦାର କରିଥିଲେ । ବର୍ତ୍ତମାନ ସେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପ୍ରଥମ ନାଗରିକ ହୋଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0