ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ରାତି ପ୍ରାୟ ୧୧ ସମୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ବିଳମ୍ବିତ ରାତିରେ ଗୃହମନ୍ତ୍ରୀ ନିଶ୍ବାସ ଓ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଗତ ଅଗଷ୍ଟ ୨ ତାରିଖରେ ଶାହା କୋରୋନାରେ ସଂକ୍ରମିତ ହୋଇଥିବା ଜଣାଇଥିଲେ । ଏହା ପରେ ସେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଏବଂ ଅଗଷ୍ଟ ୧୪ରେ ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଅଗଷ୍ଟ ୧୮ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଅଗଷ୍ଟ ୩୧ରେ ଏମ୍ସରୁ ଡିସଚାର୍ଜ ହୋଇଥିଲେ ।



Visitors Today : 5
Total Visitors : 130180
Total Views : 9891630
Visitors Online Now : 0