ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ଗୁଲ୍ମୋହର୍ ପାର୍କରେ ଥିବା ପୈତୃକ ଘର ‘ସୋପାନ’କୁ ନିକଟ ଅତୀତରେ ମେଗାଷ୍ଟାର ଅମିତାଭ ବଚ୍ଚନ ୨୩ କୋଟି ଟଙ୍କାରେ ବିକ୍ରୟ କରିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।ଅମିତାଭଙ୍କ ପରିବାରର ବାସଭବନ ସୋପାନକୁ ‘ନେଜୋନ ଗ୍ରୁପ ଅଫ କମ୍ପାନି’ର ‘ସିଇଓ’ ଅବନୀ ବଦେର ଖରିଦ କରିଛନ୍ତି। ବହୁ ବର୍ଷ ଧରି ବଚ୍ଚନଙ୍କ ପରିବାର ସହ ତାଙ୍କର ପରିଚୟ ଅଛି।ଏ ସଂକ୍ରାନ୍ତରେ ଅବନୀ ବଦେର ଗଣମାଧ୍ୟମକୁ କହିଛନ୍ତି, ଏଇଟା ପୁରୁଣା କାଳରେ ତିଆରି। ତେଣୁ, ଏହି ଘରକୁ ଭାଙ୍ଗି ଆମ ଆବଶ୍ୟକତା ଅନୁସାରେ ତିଆରି କରିବୁ। ଅନେକ ବର୍ଷ ହେଲା ଆମେ ଏ ଅଞ୍ଚଳରେ ବସବାସ କରୁଛୁ। ଆଉ କିଛି ଜାଗା ଖୋଜୁଥିଲୁ। ଏଭଳି ଅଫର ମିଳିବାରୁ ଆମେ ତୁରନ୍ତ ହିଁ କହି, ସମ୍ପତ୍ତି ଦଖଲ କରିନେଲୁ।ଖବର ଯୋଗ୍ୟଯେ, ଅମିତାଭଙ୍କ ପିତା ତଥା ସ୍ବନାମଧନ୍ୟ କବି ହରିବଂଶ ରାୟ ବଚ୍ଚନ ଏବଂ ମାତା ତେଜି ବଚ୍ଚନ ‘ସୋପାନ’ରେ ରହୁଥିଲେ। ଏଠାରେ ରହୁଥିବା ବେଳେ ହରିବଂଶ ରାୟ ବଚ୍ଚନ ଅନେକ କବିତା ପାଠ ଆସର ଆୟୋଜନ କରୁଥିଲେ। ଦୁଇ ତାଲାବିଶିଷ୍ଟ ‘ସୋପାନ’ ତେଜି ବଚ୍ଚନଙ୍କ ନାମରେ ରେଜିଷ୍ଟ୍ରି ହୋଇଥିଲା।ଡିସେମ୍ବର ୭ ତାରିଖ ଦିନ ୪୧୮,୦୫ ବର୍ଗମିଟରବିଶିଷ୍ଟ ଏହି ଜମିର ରେଜିଷ୍ଟ୍ରି କାର୍ୟ୍ୟ ସମ୍ପନ୍ନ ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏପର୍ୟ୍ୟନ୍ତ ଅମିତାଭ ବଚ୍ଚନ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0