spot_img

ଅମିତାଭ ବଚ୍ଚନଙ୍କ ପରିବାରଠାରୁ କ୍ଷମା ମାଗିଲେ ଅମର ସିଂହ, ଜାଣନ୍ତୁ କ’ଣ ଥିଲା କାରଣ….

ଶନିବାର ରାଜ୍ୟସଭା ସାଂସଦ ଅମର ସିଂହଙ୍କ ମୃତ୍ୟୁ ହୋଇଯାଇଛି । ଦୀର୍ଘ ଦିନ ହେବ ଯକୃତ ରୋଗରେ ପୀଡିତ ହୋଇ ସେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଚିକିତ୍ସିତ ସମୟରେ ସେ ଅଭିନେତା ଅମିତାଭ ବଚ୍ଚନଙ୍କ ପରିବାରଠାରୁ କ୍ଷମା ପ୍ରାଥନା କରିଛନ୍ତି । କିଛି ଦିନ ପୂର୍ବେ ଏନେଇ ସେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ମାତ୍ର ଆସନ୍ତୁ ଜାଣିବା କ’ଣ ଥିଲା ସେ କଥା ଯାହା ପାଇଁ ସାଂସଦ ଅମର, ବଚ୍ଚନ ପରିବାରଠାରୁ କ୍ଷମା ମାଗିଲେ ।
ଅମର ସିଂହଙ୍କର ବଲିଉଡ୍ ଜଗତ ସହିତ ସମ୍ପର୍କ ଖୁବ୍ ନିବିଡ । ଗୋଟେ ସମୟ ଥିଲା ଯେତେବେଳେ ଅମିତା ବଚ୍ଚନ ଓ ଅମରଙ୍କ ପରିବାର ଭିତରେ ଖୁବ୍ ଭଲ ସମ୍ପର୍କ ଥିଲା । ମାତ୍ର ପରେ ଉଭୟ ଉଭୟଙ୍କର ଶତ୍ରୁ ପାଲଟି ଗଲେ । ଅମର ସିଂହ ଅମିତା ବଚ୍ଚନଙ୍କୁ ଆକ୍ଷେପ କରି ମଧ୍ୟ କହିବାକୁ ଲାଗିଲେ । ସେ ଅମିତା ବଚ୍ଚନଙ୍କୁ ଏକ ଅପରାଧି ଅଭିନେତା ସହ ତାଙ୍କ ବଂଶ ପରମ୍ପରାକୁ ମଧ୍ୟ ଆ୍କ୍ଷେପ କରି ଅନେକ ଚିପଣି ଦେଇଛନ୍ତି । ଅମର ସିଂହ ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ହୋଇଥିବା ବିବାଦକୁ ଅମର ସିଂହ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ । ଏହି ସାକ୍ଷାତକାରରେ ସମ୍ପର୍କର ତିକ୍ତତା କାରଣ ଜୟାବଚ୍ଚନ ବୋଲି ସେ କହିଥିଲେ । ୨୦୧୨ରେ ଅନୀଲ ଅମ୍ବାନୀ ଘରେ ଏକ ପାଟିର ଆୟୋଜନ ହୋଇଥିଲା । ଏଠାକୁ ବହୁ ବଡବଡ ଲୋକମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବଚ୍ଚନ ଓ ଅମରଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ପାଟି ମଧ୍ୟରେ ଅମରଙ୍କର ଜୟା ବଚ୍ଚଙ୍କ ସହ କୌଣସି ଏକ କାରଣରୁ ଝଗଡା ହୋଇଥିଲା । ପରେ ଅମିତା ବଚ୍ଚନ ନିଜ ପତ୍ନୀଙ୍କ ସପକ୍ଷରେ କହିବାଟା ଅମରଙ୍କୁ ପସନ୍ଦ ଆସିନଥିଲା । ବାସ୍ ଏଇ ଘଟଣା ଦୁଇ ପରିବାର ଭିତରେ ଫାଟ ସୃଷ୍ଟି କରିଥିଲା । ଅମର ସିଂହ ଏନେଇ ଅନେକ ଥର ଅମିତାଙ୍କ ପରିବାରକୁ ଆକ୍ଷେପ କରି କହିଥିଲେ ମଧ୍ୟ ବଚ୍ଚନ ପରିବାର ଏହାର ଉତ୍ତର ଦେଇନଥିଲେ । ବରଂ ଅମିତାଭ କହିଥିଲେ, ‘ସେ ମୋ ମିତ୍ର ତାଙ୍କର ଅଧିକାର ଅଛି ସେ ଏପରି କହିପାରିବେ’ । ଏହି ଘଟଣାର ଆଠ ବର୍ଷ ପରେ ଅମର ସିଂହ ବଚ୍ଚନ ପରିବାରଠାରୁ କ୍ଷମା ମାଗି ଥିଲେ । ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଏକ ଭିଡିଓ ରେ କ୍ଷମା ପ୍ରାଥନା କରି ଫେସ୍ବୁକ ପେଜରେ ଅପଲୋଡ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular