ନୂଆଦିଲ୍ଲୀ : ୫ଟି ଔଷଧ ଏକତ୍ର ପୟୋଗ କରି ଦଳେ ଆମେରିକୀୟ ଗବେଷକ ବେଙ୍ଗଟିଏ ହରାଇଥିବା ପଛ ଗୋଡ଼କୁ ପୁଣି କଅଁଳାଇବାରେ ସମର୍ଥ ହୋଇଛନ୍ତି । ଏବେ ସେମାନେ ମଣିଷ କ୍ଷେତ୍ରରେ ଏହି ବିଦ୍ୟା ପ୍ରୟୋଗ କରିବାକୁ ଲାଗିପଡ଼ିଛନ୍ତି । ଆଘାତ ପାଇବା ଯୋଗୁଁ ଗୋଟାଏ ପଞ୍ଝା ଥିବା ଆଫ୍ରିକୀୟ ବେଙ୍ଗ ଗୋଡ଼ଟିଏ ହରାଇଥିଲା । ଆହତ ଅଂଶଟିକୁ ୫ଟି ଔଷଧ ମିଶ୍ରିତ ପ୍ରୋଟିନଜେଲି ଭରା ‘ସିଲିକନ କ୍ୟାପ’ରେ ବନ୍ଦ କରି ରଖାଯାଇଥିଲା। ମିଶ୍ରିତ ଔଷଧଗୁଡ଼ିକ ହେଉଛି ମସ୍ତିଷ୍କରୁ ନିଷ୍କାସିତ ‘ନ୍ୟୁଟ୍ରୋଫିକ ଫ୍ୟାକ୍ଟର’, ୧,୪-ଡିହାଇଡ୍ରୋଫେନନଥ୍ରଲିନ୪-୧-୩ କାର୍ବୋକ୍ସିଲିକାସିଡ, ରିଜୋଲଭିନ ଡି୫, ଗୋଟିଏ ପ୍ରକାର ବର୍ଦ୍ଧକ ହର୍ମୋନ ଏବଂ ରେଟିନୋଇକ ଏସିଡ। ପ୍ରଦାହ ହ୍ରାସ କରିବା ଏବଂ ସ୍ନାୟୁ ତନ୍ତୁ, ରକ୍ତବାହୀ ଶିରା ଏବଂ ମାଂସପେଶୀ ବୃଦ୍ଧିରେ ସହାୟକ ହେଲା ଭଳି କାର୍ୟ୍ୟ କରୁଥିବା ପ୍ରତ୍ୟେକ ଔଷଧକୁ ଭିନ୍ନ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥିଲା ।ଏହା ପରେ ଉକ୍ତ ‘ବାୟୋ ଡୋମ’କୁ ସଲୁସନଦ୍ବାରା ୨୪ ଘଣ୍ଟା ପାଇଁ ମୁଦ କରି ରଖାଯାଇଥିଲା । ପରେ ଛିଡ଼ି ଯାଇଥିବା ଅଙ୍ଗର ପୁନର୍ବର୍ଦ୍ଧନ ପ୍ରକ୍ରିୟା ଆରମ୍ଭ ହୋଇ ଦୀର୍ଘ ୧୮ ମାସ ପରେ ପୂର୍ଣ୍ଣାଙ୍ଗ ହୋଇଥିଲା ।ସେଇପରି ମଣିଷମାନଙ୍କ ନଷ୍ଟ ଅଙ୍ଗପ୍ରତ୍ୟଙ୍ଗର ପୁର୍ନବର୍ଦ୍ଧନ ମଧ୍ୟ ଭବିଷ୍ୟତରେ ଏହି ପ୍ରକ୍ରିୟାଦ୍ବାରା ସମ୍ଭବପର ବୋଲି ଗବେଷକମାନେ ଦାବି କରିଛନ୍ତି । ‘ସାଇନସ ଆଡଭାନସ’ ଜର୍ଣ୍ଣାଲରେ ସେମାନଙ୍କର ଉପରୋକ୍ତ ଗବେଷଣାତ୍ମକ ଆଲେଖ୍ୟଟି ପ୍ରକାଶ ପାଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0