spot_img

ଆତ୍ମହତ୍ୟା କଲା ଅଷ୍ଟମଶ୍ରେଣୀ ଛାତ୍ର

ମୋବାଇଲ ନଦେବାରୁ ପୁଣି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୋରାପୁଟ ସହର ଗୌତମନଗର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଶ୍ରୀନିବାସ ରାଓଙ୍କ ୧୩ ବର୍ଷିୟ ପୁଅ ମନୋହର ସେଣ୍ଟ ଜାଭିୟର ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି । କରୋନା ଯୋଗୁଁ ପିଲାଙ୍କୁ ବିଦ୍ୟାଳୟ ଯିବା ବନ୍ଦ ଥିବାରୁ ଅନଲାଇନରେ ପାଠପଢ଼ା ଚାଲିଛି। ପ୍ରତିଦିନ ମନୋହର ମୋବାଇଲରେ ଅନଲାଇନ କ୍ଳାସ କରନ୍ତି । ଅଧିକାଂଶ ସମୟ ମନୋହର ଫୋନରେ ଗେମ୍ ଖେଳୁଥିଲେ । ଆଉ ମୋବାଇଲ ପ୍ରତି ଆଶକ୍ତ ହୋଇପଡିଥିଲେ । ପରିବାର ଲୋକ ଯେତେ ବୁଝାଇଲେ ବି ମୋବାଇଲ ନିଶା ତାଙ୍କର ଦିନକୁ ଦିନ ବଢ଼ି ଚାଲିଥିଲା । ବେକରେ ଶାଢ଼ି ବାନ୍ଧି ଏକ ଫ୍ୟାନରେ ଝୁଲି ପଡିଥିଲେ । ପରିବାର ଲୋକେ କବାଟ ଭାଙ୍ଗି ମନୋହରଙ୍କୁ ଉଦ୍ଧାର କରି ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular