କ୍ରୁଜ୍ ପାର୍ଟି ଡ୍ରଗ୍ସ ମାମଲାରେ ବଲିଉଡ୍ ଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଗିରଫ ହୋଇ ଜେଲ୍ରେ ଥିବା ବେଳେ ତାଙ୍କ ପାଇଁ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଗଞ୍ଜେଇ ଯୋଗାଡ଼ କରୁଥିଲେ ବୋଲି କିଛି ଚାଟ୍ ମେସେଜ୍ରୁ ଅନୁମାନ କରାଯାଉଛି। ଗତକାଲି ଏନ୍ସିବି ଡ୍ରଗ୍ସ ମାମଲାରେ ଅନନ୍ୟାଙ୍କ ଘରେ ରେଡ୍ କରିଥିଲା। ଏହା ସହିତ ତାଙ୍କୁ ଏନ୍ସିବି ଅଫିସରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା। ସେ ଓ ତାଙ୍କ ବାପା ତଥା ଅଭିନେତା ଚଙ୍କି ପାଣ୍ଡେ ଏନ୍ସିବି ଅଫିସ୍ରେ ହାଜର ହୋଇଥିଲେ। ପ୍ରାୟ ୨ ଘଣ୍ଟା ଧରି ଅନନ୍ୟାଙ୍କୁ ପଚରାଉଚରା କରାଯାଇଥିଲା। ଆଜି ମଧ୍ୟ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ସୂଚନାଯୋଗ୍ୟ ଯେ ଅନନ୍ୟା ପାଣ୍ଡେ କେବେ ଆର୍ଯ୍ୟନଙ୍କ ପାଇଁ ଗଞ୍ଜେଇ ବା ଅନ୍ୟ ଡ୍ରଗ୍ସ ଯୋଗାଡ଼ କରିଥିବା ନେଇ କୌଣସି ପ୍ରମାଣ ପାଇ ନାହିଁ ଏନ୍ସିବି। ତେବେ ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ଗଞ୍ଜେଇ ଓ ଅନ୍ୟ ଡ୍ରଗ୍ସକୁ ନେଇ ଅନେକ ଥର ଆଲୋଚନା ହୋଇଥିବା ଜଣାପଡ଼ିଛି। ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ଦିଆନିଆ ହୋଇଥିବା ଚାଟ୍ ମେସେଜ୍ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ହାତରେ ଲାଗିଛି। ଏଥିରେ ସେମାନେ ଗଞ୍ଜେଇ କେମିତି ଯୋଗାଡ଼ କରି ହେବ, ସେ ବିଷୟରେ ଆଲୋଚନା କରିଛନ୍ତି। ଅନନ୍ୟାଙ୍କ ସହିତ ବାର୍ତ୍ତାଳପ ବେଳେ ଗଞ୍ଜେଇ ଯୋଗାଡ଼ କରି ହେବ କି ବୋଲି ଆର୍ଯ୍ୟନ ପଚାରିଥିଲେ। ଗଞ୍ଜେଇ ଯୋଗାଡ଼ କରିବା ପାଇଁ ସେମିତି କେହି ଚିହ୍ନା ଲୋକ ଅଛନ୍ତି କି ବୋଲି ଆର୍ଯ୍ୟନ ତାଙ୍କୁ ପଚାରିଥିଲେ। ଆର୍ଯ୍ୟନଙ୍କ ଏହି ପ୍ରଶ୍ନର ଜବାବରେ ଅନନ୍ୟା ଉତ୍ତର ଦେଇଥିଲେ ଯେ ସେ ଯୋଗାଡ଼ କରିଦେବେ। ଅନ୍ୟପକ୍ଷରେ ଗତକାଲି ପଚରାଉଚରା ବେଳେ ଯେତେବେଳେ ଏନ୍ସିବି ପକ୍ଷରୁ ଏହି ଚାଟ୍ ମେସେଜ୍ ଗୁଡ଼ିକୁ ଦେଖାଗଲା, ସେତେବେଳେ ଅନନ୍ୟା କହିଥିଲେ ଯେ ସେ ମଜାରେ ସେମିତି କହି ଦେଇଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0