ଉଦ୍ୟୋଗପତି ଅନିଲ ଅମ୍ବାନିଙ୍କ ସମସ୍ୟା ଆହୁରି ବଢିଚାଲିଛି । ନ୍ୟାସନାଲ ଲ ଟ୍ରି୍ୟବୁନାଲ ତାଙ୍କ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନକୁ ଆଗକୁ ବଢାଇବା ଲାଗି ଅନୁମତି ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୧୨ଶହ କୋଟି ଟଙ୍କା ରଣ ପଇଠ କରିବାରେ ବିଫଳତା ଯୋଗୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆବେଦନ କରାଯାଇଥିଲା । ସୁଚନା ଅନୁଯାୟୀ ୨୦୧୬ ମସିହାରେ ଅନୀଲ ଅମ୍ବାନୀଙ୍କ ନେତୃତାଧିନ ରିଲାଏନ୍ସ କମୁ୍ୟନିକେସନ ଓ ରିଲାଏନ୍ସ ଇନଫ୍ରାଟେଲକୁ ୧୨ଶହ କୋଟି ଟଙ୍କା ରଣ ପ୍ରଦାନ କରିଥିଲେ । ଏଥିଲାଗି ଅନୀଲ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ । ହୈେଲେ ଦୁଇଟିଜାକ କମ୍ଫାନୀ ବନ୍ଦ ହୋଇଯାଇଛନ୍ତି । ଏଣୁ ରଣ ବାବଦ ଅର୍ଥ ଅସୁଲ ଲାଗି ଏସ୍ବିଆଇ ମୁମ୍ବାଇସ୍ଥିତ ଏନସିଏଲରେ ଆବେଦନ କରାଯାଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0