ଭୁବନେଶ୍ୱର, ୦୭।୦୭: ରାଜ୍ୟରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା ଆଉ ୪ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୪୨ରେ ପହଁଚିଛି । ରାଜ୍ୟରେ ବଢ଼ୁଛି କରୋନା ମୃତକଙ୍କ ସଂଖ୍ୟା । କରୋନାରେ ସଂକ୍ରମିତ ହୋଇ ଆଜି ପୁଣି ୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି । ରାଜ୍ୟ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପରିସ୍ଥିତି ଏପରି ହେଲାଣି ଯେ ମାତ୍ର ୬ ଦିନରେ ୨୬୯୮ ପଜିଟିଭ୍ ଚିହ୍ନଟ ହୋଇସାରଲେଣି । ପ୍ରତ୍ୟେକ ଦିନ ଡରାଇା ଭଳି ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଆଉ ଜୁଲାଇ ମାସରେ ମୃତ ଘୋଷଣା ହେଉଛି । କରୋନାରେ ଏବେ କମ ବୟସର ରୋଗୀ ମଧ୍ୟ ମରିବା ଆରମ୍ଭ କରିଛିନ୍ତ, ଯାହା ମୁଣ୍ଡବିନ୍ଧାର କାରଣ ପାଲଟିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0