ହିମାଚଳ ଚମ୍ବ ଜିଲ୍ଲାରେ ପୁଣି ଭୂମକମ୍ପ ଝଟକା। ଲଗାତାର ଦ୍ୱିତୀୟ ଦିନ ଧରି ଏଠାରେ ଭୂକମ୍ପ ହୋଇଛି। ମଙ୍ଗଳବାର ଅପରାହ୍ନ ସାଢେ ୧୨ଟା ସମୟରେ ଏହି ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା। ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଶିମଲା ପାଣିପାଗ ବିଭାଗ ଭୂକମ୍ପ ହୋଇଥିବା ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୮ ତାରିଖ ସୋମବାର ଦିନ ସକାଳ ୧୦ଟା ୨୦ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ଥିଲା। ହିମାଚଳ ଚମ୍ବା ଜିଲ୍ଲାରେ ସବୁଠାରୁ ଅଧିକ ଭୂକମ୍ପ ହୋଇଥାଏ। ଏହାପରେ କିନ୍ନୌର, ଶିମଲା, ବିଳାସପୁର ଓ ମଣ୍ଡି ସମ୍ବେଦନଶୀଳ ଜୋନରେ ରହିଛି। ଶିମଲାକୁ ନେଇ ମଧ୍ୟ ଚେତାବନୀ ଜାରି କରାଯାଇଥିଲା। ୧୯୭୫ ମସିହାରେ କିନ୍ନୌରରେ ବଡ ଧରଣର ଭୂକମ୍ପ ହୋଇଥିଲା। ୧୯୦୫ରେ କାଙ୍ଗଡାରେ ମଧ୍ୟ ବଡ ଧରଣର ଭୂକମ୍ପ ହୋଇଥିଲା ଯେଉଁଥିରେ ୨୦ ହଜାର ଲୋକ ପ୍ରାଣ ହରାଇଥିଲେ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0