spot_img

ମାତା ପିତା ହେଲେ ବିରୁଷ୍କା

ମୁମ୍ବାଇ:ବଲିଉଡ଼ ଅଭିନେତା ଅନୁଷ୍କା ଶର୍ମା ଓ ସ୍ୱାମୀ ବିରାଟ କୋହଲି ମାତା ପିତା ହୋଇଛନ୍ତି । ଏନେଇ ବିରାଟ ସୋସିଆଲ ମିଡ଼ିଆରେ ଖୁସି ଖବର ସେୟାର କରିଛନ୍ତି । ଏଥିସହ ସେ ଏହା ମଧ୍ୟ ଲେଖିଛନ୍ତି ଯେ ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ଅଗଷ୍ଟ ୨୦୨୦ରେ ବିରାଟ ଘୋଷଣା କରିଥିଲେ ଯେ ସେମାନଙ୍କ ପରିବାରରେ ଆଉ ଜଣେ ସଦସ୍ୟ ଆସୁଛନ୍ତି ।

ଏହା ପରଠୁ ଚର୍ଚ୍ଚାରେ ଲାଗି ରହିଥିଲା । କିନ୍ତୁ ଆଜି ଅପରାହ୍ନରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା କଥା ସେୟାର କରିଛନ୍ତି ବିରାଟ । ବିରାଟ ନିଜ ଟ୍ୱିଟରେ ଫ୍ୟାନ୍ସ ମାନଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଏଥିସହ ସେ ନିଜ ଜୀବନର ଏହି ନୂତନ ଅଧ୍ୟାୟ କରିବା ପାଇଁ ଆଶୀର୍ବାଦ କରନ୍ତୁ ବୋଲି ଲେଖିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular