ପ୍ରତିଦିନ ସକାଳେ ଜଳଖିଆ ପାଇଁ କିଛି ସ୍ୱାଦିଷ୍ଟ ଏବଂ ସୁସ୍ଥ ଖାଦ୍ୟ ଆବଶ୍ୟକ ହୋଇଥାଏ l କିନ୍ତୁ ଏଠାରେ ଏହି ଖାଦ୍ୟ ଖାଇବା ପରେ ଆପଣ ଶୀଘ୍ର ଭୋକିଲା ଅନୁଭବ କରିବେ ନାହିଁ l ବାସ୍ତବରେ, ଓଟମିଲ୍, ପୋହା, ଡୋସା ପରି ଅନେକ ଜିନିଷ ଆମେ ଜଳଖିଆରେ ଖାଇଥାଉ । କିନ୍ତୁ ଯଦି ଆପଣ ଏକ ଭିନ୍ନ ଜଳଖିଆ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଆପାମ ଥରେ ବନାଇବାକୁ ଚେଷ୍ଟା କରନ୍ତୁ l ଯାହା ସୁସ୍ଥ ଏବଂ ସ୍ୱାଦିଷ୍ଟ ହୋଇଥାଏ l ତେବେ ଆସନ୍ତୁ ଜାଣିବା ‘ଆପାମ’ ରେସିପି …

‘ଆପାମ’ ତିଆରି ସାମଗ୍ରୀ …
- ମିଶ୍ରଣ ଶସ୍ୟ (ମୁଗ, ଚଣା, ସୋୟାବିନ୍ ମଞ୍ଜି, ଚିନାବାଦାମ ଇତ୍ୟାଦି) l
- ୪ / କପ୍ କଟା ଧନିଆ ପତ୍ର
- ୧/୨ / ଚାମଚ ସବୁଜ ଲଙ୍କା ପେଷ୍ଟ
- ୪ / ଚାମଚ ଜିରା
- ହେଙ୍ଗୁ
- ସ୍ୱାଦ ଅନୁସାରେ ଲୁଣ
- ତେଲ
- ପିଆଜ କଟା
ଏହିପରି ଭାବରେ ମିଶ୍ରଣ କରି ପ୍ରସ୍ତୁତ କରନ୍ତୁ …

ମିକ୍ସର୍ରେ ବତୁରିଥିବା ସବୁ ମଂଞ୍ଜିରେ ଅଧା କପ୍ ପାଣି ମିଶାନ୍ତୁ ଏବଂ ନରମ ହେବା ପର୍ୟ୍ୟନ୍ତ ଗ୍ରାଇଣ୍ଡ୍ କରନ୍ତୁ l ମିଶ୍ରଣ ହେବା ପରେ ଏଥିରେ ଅନ୍ୟ ସମସ୍ତ ଉପାଦାନକୁ ଭଲ ଭାବରେ ମିଶାନ୍ତୁ l ନନ୍ ଷ୍ଟିକ୍ ମିନି ପ୍ୟାନରେ ଏକ ଚତୁର୍ଥାଂଶ ଚାମଚ ତେଲ ପକାନ୍ତୁ । ଏହାପରେ ଗୋଟିଏ ଚାମଚ ଲେଖାଏଁ ମିକ୍ସ ହୋଇଥିବା ଉପାଦାନକୁ ପ୍ୟାନରେ ଗୋଲାକୃତି କରି ପକାନ୍ତୁ l ଅଳ୍ପ ତେଲ ବ୍ୟବହାର କରି, ପ୍ୟାନର ଉଭୟ ପାର୍ଶ୍ୱରୁ ବାଦାମୀ ରଙ୍ଗ ହେବା ପର୍ୟ୍ୟନ୍ତ ରାନ୍ଧନ୍ତୁ l ସେହିଭଳି, ଅବଶିଷ୍ଟ ଥିବା ଉପାଦାନକୁ ପୁର୍ବଭଳି ଛାଞ୍ଚରେ ପକାଇ ପ୍ରସ୍ତୁତ କରନ୍ତୁ l ସମସ୍ତ ଉପାଦାନ ପ୍ରସୁତ ହୋଇସାରିଲା ପରେ ଏହାକୁ ଗରମ୍ ଗରମ୍ ପରିବେଷଣ କରନ୍ତୁ l ଯାହାକୁ ଆପଣଙ୍କ ସକାଳ ଜଳଖିଆ ପାଇଁ ପୁଷ୍ଟିକର ହୋଇଥାଏ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0