spot_img

ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ଅର୍ବାନ ବ୍ୟାଙ୍କକୁ ହାଇକୋର୍ଟର ନିର୍ଦ୍ଦେଶ

କଟକ: ବାରିପଦା ଅର୍ବାନ କୋପରେଟିଭ ବ୍ୟାଙ୍କର ଜମାକାରୀଙ୍କ ଟଙ୍କା ୮ ସପ୍ତାହ ମଧ୍ୟରେ ଫେରେଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ଦିଗରେ ବ୍ୟାଙ୍କର ଲିକ୍କିଡ଼େଟର ଭାବେ ନିଯୁକ୍ତି ଥିବା କୋଅପରେଟିଭ ସୋସାଇଟି ରେଜିଷ୍ଟ୍ରାଙ୍କୁ ପଦକ୍ଷେପ ନେବା ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ସରକାରଙ୍କ ପକ୍ଷରୁ ବ୍ୟାଙ୍କର ଜମା ଟଙ୍କା ଓ ଜମାକାରୀଙ୍କ ସଂପର୍କିତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଥିଲା । ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ହାଇକୋର୍ଟ ପ୍ରଥମେ ଜୁନ ୨୫ରେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୨୩୩ ଜମାକାରୀଙ୍କୁ ୩କୋଟି ୪୬ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିଲା । ଏବେ ବ୍ୟାଙ୍କରେ ୮୨ କୋଟି ୪୨ଲକ୍ଷ ଥିବାବେଳେ ଏଥିରୁ ୭୨ ହଜାର ଜମାକାରୀଙ୍କୁ ୬୮ କୋଟି ୭୮ ଲକ୍ଷ ଟଙ୍କା ଫେରାଯାଇ ପାରିବ । ଏଥିସହ ବାରିପଦା ଅର୍ବାନ ବ୍ୟାଙ୍କର ପୁନଃରୁଦ୍ଧାର ପାଇଁ ଆଗ୍ରହୀ ବୋଲି ଦର୍ଶାଯାଇଥିଲା ।
ସୂଚନାକ୍ରମେ, ଏ ସଂପର୍କିତ ମାମଲାର ଶୁଣାଣି କରି ବ୍ୟାଙ୍କର ଜମା ଟଙ୍କା ଏବଂ ଜମାକାରୀଙ୍କୁ କେତେ ଟଙ୍କା ଫେରେଇବାଇ ଅଛି ଏନେଇ ସରକାରଙ୍କୁ ତଥ୍ୟ ଉପସ୍ଥାପନ କରିବାପାଇଁ କହିଲେ । ସରକାରଙ୍କ ପକ୍ଷରୁ ଏଜିଏ ବିଭୁ ପ୍ରସାଦ ତ୍ରିପାଠୀ ଓ ଅର୍ବାନ ବ୍ୟାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଡ଼କ୍ଟର ଅଶୋକ କୁମାର ମହାପାତ୍ର ମାମାଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular