ମିଆଁମାରର ଗଣତନ୍ତ୍ର ସମର୍ଥକ ନେତା ଆଙ୍ଗ ସାନ ସୁକିଙ୍କୁ ଚାରି ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ । ସୁକି ଙ୍କ ଉପରେ କରୋନା କଟକଣା ଉଲ୍ଲଂଘନ କରିବା ସହ ଲୋକଙ୍କୁ ଉସକାଉଥିବା ଅଭିଯୋଗ ହୋଇଛି । ଜଣେ ଆଇନଜୀବୀ ଏହି ଦଣ୍ଡ ବିଷୟରେ ସୁକିଙ୍କୁ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଫେବୃଆରୀ ୧ରେ ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଥିଲା । ଗତ ବର୍ଷ ନଭେମ୍ବରରେ, ନିର୍ବାଚନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ବହୁ ସଂଖ୍ୟକ ସାମିଲ ହୋଇଥିଲେ ସୁକିଙ୍କ ସମର୍ଥକଙ୍କ । ମିଆଁମାରର ଆଭ୍ୟନ୍ତରୀଣ ରାଜନୀତିକୁ ବୁଝୁଥିବା ଲୋକେ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ତାଙ୍କୁ ଦୂରେଇ ରଖିବା ଏବଂ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏଭଳି ଷଡଯନ୍ତ୍ରି ରଚାଯାଇଛି । ସମାବେଶରେ ଏତେ ସଂଖ୍ୟାରେ ଭିଡ ହୋଇଥିବା କାରଣରୁ ସୁକିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । କାରଣ କରୋନା ନିୟମର ଖୋଲାଖୋଲି ଉଲ୍ଲଙ୍ଘ ହୋଇଥିବା ଅଭିଯୋଗ ହୋଇଥିଲା ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0