ଲଦାଖ: ଏଲଏସିରେ ବାରମ୍ବାର ଚୀନର ସୀମାଉଲ୍ଲଘନ କାର୍ଯ୍ୟକଳାପ ପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି । ଆଜି ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରୱାନେ ଲଦାଖରେ ପହଞ୍ଚିଛନ୍ତି । ସେଠାରେ ପହଁଞ୍ଚି ସେ ସୀମା ନିକରବର୍ତ୍ତୀ ଦକ୍ଷିଣ ପ୍ୟାଙ୍ଗୋଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନରେ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଭାରତୀୟ ସେନାର ପରିଚାଳନା ଓ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି ।
ସୂଚନା ମୁତାବକ, ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ ଗତ ୩ ମାସରୁ ଉଦ୍ଧ୍ୱର୍ ସମୟ ହେବ ବିବାଦ ଲାଗି ରହିଛି । ତେଣୁ ସୀମାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ଚୀନ ଏବଂ ଭାରତ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ଜାରି ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0