spot_img

ଅର୍ଣ୍ଣବଙ୍କୁ ମିଳିଲା କାରଣ ଦର୍ଶାଅ ନୋଟିସ

ମୁମ୍ବାଇ: ରିପବ୍ଲିକ ଟେଲିଭିଜନର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ମୁମ୍ବାଇ ପୁଲିସ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଏହି ନୋଟିସରେ ତାଙ୍କ ବିରୋଧରେ କାହିଁକି ମାମଲା ଚାଲୁ କରା ନ ଯିବ ତାହା ଜଣାଇବାକୁ କୁହାଯାଇଛି । ତେବେ ମୁମ୍ବାଇ ୱର୍ଲି ଡିଭିଜନର ଅତିରିକ୍ତ ପୁଲିସ ଏହି ନୋଟିସ ଜାରି କରିଥିବାର ସୂଚନା ମିଳିଛି । ଏହା ସହ ଅର୍ଣ୍ଣବଙ୍କୁ ଅକ୍ଟୋବର ୧୬ରେ ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ପାଲଘରରେ ଦୁଇଜଣ ସାଧୁଙ୍କୁ ପିଟିପିଟି ହତ୍ୟା କରାଯିବା ଓ ଲକଡାଉନ ସମୟରେ ବାନ୍ଦ୍ରାରେ ପ୍ରବାସୀ ଶ୍ରମିକ ଏକାଠି ହେବା ଘଟଣାର ପ୍ରସାରଣକୁ ଆପର୍ତ୍ତିଜନକ ଦର୍ଶାଇ ପୁଲିସ ଅର୍ଣ୍ଣବ ଓ ତାଙ୍କ ଟିଭି ଚ୍ୟାଲେନକୁ ନୋଟିସ ଜାରି କରିଛି । ତେବେ ଏହି ମାମଲାରେ ଅର୍ଣ୍ଣବଙ୍କ ବିରୁଦ୍ଧରେ ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular