spot_img

ନୟାଗଡରେ ଅଧିକାରୀଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ ତାଗିଦ

ନୟାଗଡ: ଯେଉଁ ଅଫିସରମାନେ କାମ କରୁନାହାଁନ୍ତି , ମୋ ସରକାର କାର୍ୟ୍ୟକ୍ରମରେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ତେଣୁ ଯିଏ କାମ ନ କରିବ ତା ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମୁଖ୍ୟଙ୍କୁ ସୁପାରିଶ କରାଯିବ । ଯଦି କାମ କରିବ ତା ହେଲେ କର, ଯଦି ନ କରିବା କଥା ତା ହେଲେ ବାହାର । ନୟାଗଡରେ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକରେ ଅଫିସରଙ୍କୁ କିଛି ଏଭଳି ତାଗିଦ କରିଛନ୍ତି, ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ । ମାର୍ଚ୍ଚ ମାସ ପୂର୍ବରୁ ନୟାଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ବାକିଆ କାମ ଶେଷ କରିବା ପାଇଁ ବାବୁମାନଙ୍କୁ କଡା ଚେତାବନୀ ଦେଇଛନ୍ତି ଅରୁଣ ସାହୁ । ଯେଉଁ ବିଭାଗକୁ ଯେତିକି ଅନୁଦାନ ଆସିଛି ତାକୁ ଶେଷ କରି ତୁରନ୍ତ ୟୁଜର୍ସ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଖାସ କରି ଜଳସେଚନ, ପୂର୍ତ୍ତ, ପାନୀୟ ଜଳ ଯୋଗାଣ ଓ ପର୍ୟ୍ୟଟନ ବିଭାଗକୁ କଡା ଚେତାବନୀ ଦେବା ସହ ଆସନ୍ତା ଏପ୍ରିଲ ମାସରେ କାର୍ୟ୍ୟରେ ଅଗ୍ରଗତି ନେଇ ପୁଣିଥରେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି । କରୋନାରେ ବିକାଶ କାର୍ୟ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ କହିଛନ୍ତି । ପାୟ ମାସେ ତଳେ ପ୍ରଥମ ସମୀକ୍ଷା କରାଯାଇଥିବା ବେଳେ ଏବେ ୨ୟ ଥର ପାଇଁ ନୟାଗଡ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା କରିଛନ୍ତି ଅରୁଣ ସାହୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular