ତିନି ଦଶକ ହେଲା ଉତ୍ତର ପ୍ରଦେଶ ଶାସନ କ୍ଷମତାରୁ ଦୂରରେ ଥିବା କଂଗ୍ରେସ ପାଇଁ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶୃତି ଦେଉଛନ୍ତି। କଂଗ୍ରେସକୁ ପୁଣି କ୍ଷମତାକୁ ଆଣିବାକୁ ପ୍ରିୟଙ୍କା ଖୁବ ପରିଶ୍ରମ କରୁଛନ୍ତି। ଏହି କ୍ରମରେ ବର୍ତ୍ତମାନ ପ୍ରିୟଙ୍କା ଆଶା ଓ ଅଙ୍ଗନବାଡି କର୍ମଚାରୀଙ୍କୁ ଫୋକସ କରିଛନ୍ତି। ସେ କହିଛନ୍ତି ୨୦୨୨ ରେ କଂଗ୍ରେସ ସରକାର ଗଠନ ହେଲେ ଆଶା ଓ ଅଙ୍ଗନବାଡି କର୍ମଚାରୀଙ୍କୁ ମାସିକ ୧୦ ହଜାର ଟଙ୍କା ଦରମା ମିଳିବ। ଶାହାଜାହାନପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବା ଆଶା କର୍ମୀଙ୍କୁ ପୋଲିସ ଅଟକାଇଦେବା ପରେ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, ୟୁପି ସରକାର ଦ୍ୱାରା ଆଶା ଭଉଣୀଙ୍କ ପ୍ରତି କରାଯାଇଥିବା ଅପମାନ ସେମାନେ କରିଥିବା କାର୍ଯ୍ୟର ଅପମାନ। ଆଶା ଭଉଣୀମାନେ କରୋନା ଓ ଅନ୍ୟ ମଉକାରେ ନିଜ କର୍ତ୍ତବ୍ୟ କରିଛନ୍ତି। ମାନଦେୟ ସେମାନଙ୍କ ଅଧିକାର।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0