spot_img

ସାବଧାନ ….. ମାତିଛି ଜମି ମାଫିଆ

ଜମି ଦେବାକୁ କହି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ଆଉ ସେହି ଟଙ୍କାରେ ଦାମୀ ଗାଡି, ଲଙ୍ଗଳ ଦଉଡି ଭଳି ସୁନା ଚେନ୍‌, ଶଙ୍ଖ ମଲମଲ ରାଜ ଉଆସରେ ଜୀବନ ବିତାନ୍ତି ଏହି ଠକ ଦଲାଲ ମାନେ । ଏମିତି କି ଓଡିଆ ସିନେମାରେ ବି ଲଗା ଯାଏ ସେହି ଟଙ୍କା । ଏ ବ୍ୟକ୍ତି ହେଉଛନ୍ତି ଅମିତି ନାୟକ । ଅନ୍ୟପଟେ ସାରଳା ରିଅଲକନ ପ୍‌ରାଇଭେଟର ମୁଖ୍ୟ ଗୟାଧର ଜେନା ଯିଏ କି ଚାରି ଚାରି ଥର ମାମୁଁ ଘରକୁ ଯାଇସାରିଥିବା ପରେ ଆଉ ଥରେ ମନ ବଳେଇଛି ମାମୁଁ ଘରକୁ ଯାଇ ଚକା ଚକା ଭଉଁରୀ ଖେଳିବାକୁ । ଖୋଦ ରାଜ୍ୟ ରାଜଧାନୀ ଭୁବନେଶ୍ୱର ରେ ଜାଗା ଦେବାକୁ କହି ଲୁଟି ନେଲା ୬୮ ଲକ୍ଷ ଟଙ୍କା । ଏଭଳି କିଛି ଅଭିଯୋଗ ଆସିବା ପରେ ୩ଜଣ ଠକଙ୍କୁ ଗିରଫ କରିଛି ପୋଲିସ । ଉକ୍ତ ଘଟଣାରେ ମଞ୍ଚେଶ୍ୱର ଥାନା ଓ ସହିଦନଗର ଥାନା ପକ୍ଷରୁ ୩ ଜଣଙ୍କୁ ଗିରଫ କରାଯାଇଛି । ମଞ୍ଚେଶ୍ୱର ଥାନାରେ ଠକେଇ ଘଟଣାରେ ଅମିତ ନାୟକ ଓ ସଞ୍ଜିତ ମହାପାତ୍ରଙ୍କୁ ପୁଲିସ ଗିରଫ କରିଛି । ଚକେଇସିଆଣିରେ ଜମି ଦେବାକୁ କହି ଜଣେ ମିଛ ମାଲିକଙ୍କ ସହାୟତା ନେଇ ପ୍ରଥମେ ଅଭିଯୁକ୍ତ ଦ୍ବୟ ପ୍ରଥମେ ୪୯ ଲକ୍ଷ ଓ ପରେ ୧୯ ଲକ୍ଷ ଟଙ୍କା ଠକେଇ କରିଥିଲେ । ଯେଉଁଥିରେ ମହରା ବନିଗଲା ଜଣେ ସାଧାରଣ ବ୍ୟବସାୟୀ ଚିତ୍ରସେନ ଘଡାଇ । ଆଉ ନ୍ୟାୟ ପାଇବାକୁ ଘୁରିବୁଲିଲା ଏ ଅଫିସରୁ ସେ ଅଫିସ । ଶେଷରେ ଆଇନଜୀବୀ ଆତ୍ମଜିତ ଦାଶଙ୍କ ପରାମର୍ଶ କ୍ରମେ ଉଚ୍ଚ ନ୍ୟୟଳୟର ଦ୍ୱରାସ୍ଥ ହେଲେ ଚିତ୍ରସେନ । ଯାହାଫଳରେ ଉଭୟଙ୍କୁ ଗିରଫ କରିଛି ପୋଲିସ । ସେହିପରି ଶାରଳା ରିୟଲକନ ବିଲ୍ଡର୍ସ ମୁଖ୍ୟ ଗୟାଧରଜେନାଙ୍କୁ ସହିଦନଗର ପୁଲିସ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular