ଗୌହାଟି : ଆସାମ ସରକାର ରାଜ୍ୟରେ ଥିବା ସମସ୍ତ ସଂସ୍କୃତ ଓ ମାଦ୍ରାସା ସ୍କୁଲକୁ ବନ୍ଦ କରିଛନ୍ତି । ଆସାମ ସରକାରଙ୍କ ଏପରି ନିଷ୍ପତି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏ ନେଇ ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗଣମାଧ୍ୟମ ନିକଟରେ ସ୍ଫଷ୍ଟ କରିଛନ୍ତି । ଶିକ୍ଷା ମନ୍ତ୍ରୀଙ୍କ କହିବା ଅନୁସାରେ, ରାଜ୍ୟ ସରକାର କୌଣସି ଧର୍ମରେ ପାଠ ପଢିବା ପାଇଁ ପ୍ରୋତ୍ସାହନ ଯୋଗାଇବା ଠିକ ନୁହେଁ । ଯଦି କୋରାନ ପଢାଯିବ ତାହେଲେ ଗୀତା, ବାଇବେଲ ମଧ୍ୟ ପଢାଯିବା ଦରକାର । ହେଲେ ରାଜ୍ୟ ସରକାର ସାର୍ବଭୌମତ୍ୱ ରକ୍ଷା କରିବା ଦରକାର । ତେଣୁ ସରକାର ଏଭଳି ନିଷ୍ଫତି ନେବାକୁ ଯାଇ ସଂସ୍କୃତ ସ୍କୁଲ ଏବଂ ମଦ୍ରାସା ବନ୍ଦ କରିବାକୁ ନିଷ୍ଫତି ନେଇଛନ୍ତି ବୋଲି ଶିକ୍ଷାମନ୍ତ୍ରୀ ଗଣମାଧ୍ୟମ ନିକଟରେ ସ୍ଫଷ୍ଟ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0