ଗୌହାଟୀ: ଜାଲିଆତି କରି ପରୀକ୍ଷାରେ ୯୯.୮ ପ୍ରତିଶତ ମାର୍କ ପାଇଥିବା ଜଣେ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି ଜ୍ଝ ଜେଇଇ (ମେନ୍ସ) ପରୀକ୍ଷାରେ ଟପ୍ପର ହୋଇଥିବା ଆସାମର ଏହି ପରୀକ୍ଷାର୍ଥୀ ଏବଂ ତାଙ୍କ ପିତାଙ୍କୁ ଜାଲିଆତି ଅଭିଯୋଗରେ ଗିରଫ କରାଯାଇଛି। ଏହି ମାମଲାରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ଅନୁଯାୟୀ, ଅଭିଯୁକ୍ତଙ୍କ ସ୍ଥାନରେ ଅନ୍ୟ ଜଣେ ପରୀକ୍ଷା ଦେଇଥିଲେ। ଏହା ପରେ ଅଭିଯୁକ୍ତ, ତାଙ୍କ ପିତା ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି।ଆଇଆଇଟି ସମେତ ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ହୋଇଥିବା ପରୀକ୍ଷାରେ ଜାଲିଆତି ଅଭିଯୋଗରେ ଆସାମର ପରୀକ୍ଷାର୍ଥୀ ନୀଲ ନକ୍ଷତ୍ର ଦାସ, ପିତା ଡାକ୍ତର ଜ୍ୟୋତିର୍ମୟ ଦାସ, ପ୍ରାଞ୍ଜଳ କଲିତା, ହେମେନ୍ଦ୍ର ନାଥ ଶର୍ମା, ହିରୁଲାଲ ପାଠକଙ୍କୁ ଗିରଫ କରାଯାଇଛି। ଏହି ପୁରା ମାମଲାରେ ଏକ ବଡ ରାକେଟର ଭୂମିକା ଥିବା ପୁଲିସ ସନ୍ଦେହ କରୁଛି ଜ୍ଝ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ୫ ସେପ୍ଟେମ୍ବର ୨୦୨୦ ରେ ପରୀକ୍ଷା ଦେବାକୁ କେନ୍ଦ୍ରକୁ ଆସିଥିଲେ। ଆବଶ୍ୟକ ବାୟୋମେଟ୍ରିକ ଔପଚାରିକତା ପୂରଣ କରିବା ପରେ ନକ୍ଷତ୍ର ପଳାଇଯାଇଥିଲେ ଜ୍ଝ ତାଙ୍କ ବଦଳରେ ଅନ୍ୟ ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି ସମ୍ପୂର୍ଣ୍ଣ ଠକେଇରେ ପରୀକ୍ଷା କେନ୍ଦ୍ରର ନିରୀକ୍ଷକ ମଧ୍ୟ ଜଡିତ ଥିଲେ। ଅଭିଯୁକ୍ତଙ୍କ କଲ୍ ରେକର୍ଡିଂ ଏବଂ ହ୍ଵାଟ୍ସଆପର ଚାଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ପରୀକ୍ଷାରେ କିଭଳି ଜାଲିଆତି କରି ଟପ୍ପର ହୋଇପାରିବେ ସେ କୌଶଳ ବାବଦରେ କହିଥିଲେ। ଏହା ପରେ, ଦିସପୁରର ମିତ୍ର ଦେବ ଶର୍ମା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରିବା ପରେ ନକ୍ଷତ୍ରଙ୍କ ସମ୍ପୃକ୍ତି ନେଇ ଜାଣିବାକୁ ପାଇଥିଲା ଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଜ୍ଝ



Visitors Today : 2
Total Visitors : 130428
Total Views : 9891959
Visitors Online Now : 0