ନୂଆଦିଲ୍ଲୀ: ‘ଅଟଳ ଟନେଲ୍’ ଲୋକାର୍ପିତ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଞ୍ଚଳ ପ୍ରଦେଶ ରୋହତାଙ୍ଗରେ ସ୍ୱତନ୍ତ୍ର ଉତ୍ସବରେ ଏହାକୁ ଲୋକାର୍ପଣ କରିଛନ୍ତି । ଲୋକାର୍ପଣ ପରେ ଖୋଲା ଜିପରେ ଟନେଲ୍ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯କିଲୋମିଟର ଲମ୍ବ ବିଶିଷ୍ଟ ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଟନେଲ ହେଉଛି ଅଟଳ ଟନେଲ । ଏହି ଟନେଲ ଦ୍ୱାରା ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନଧାରଣମାନ ଉନ୍ନତ ହେବା ସହ ପର୍ଯ୍ୟଟକ କ୍ଷେତ୍ରରେ ଯୋଡି ହୋଇଛି ଆଉ ଏକ ନୂଆ ଅଧ୍ୟାୟ । କାରଣ ତୁଷାରପାତ ଯୋଗୁଁ ୬ ମାସ ବନ୍ଦ ରହୁଥିବା ଯାତ୍ରା ପ୍ରତିବନ୍ଧକ ଟଳିଲା । କେବଳ ସେତିକି ନୁହେଁ ସୀମାରେ ଭାରତୀୟ ଯବାନଙ୍କ ଯିବାଆସିବା ପ୍ରତିବନ୍ଧକ ମଧ୍ୟ ଟଳିଲା । । ୩ ହଜାର ମିଟର ଉଚ୍ଚ ପାହାଡରେ ନିର୍ମିତ ହୋଇଛି ଏହି ଟନେଲ । ଟନେଲ ନିର୍ମାଣ ଦ୍ୱାରା ମନାଲିରୁ ଲେହ ୪୬ କିଲୋମିଟର ଦୂରତା କମିଯାଇଛି । ୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିଲା ଅଟଳ ଟନେଲ୍ ନିିର୍ମାଣ କାର୍ଯ୍ୟ । ବହୁ ପ୍ରତିକୂଳ ଭୌଗଳିକ ସ୍ଥିତିରେ ନିର୍ମାଣ ହୋଇଛି ଟନେଲ । ଆଜି ଲୋକାର୍ପଣ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ହିମାଞ୍ଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର,ସିଡିଏସ୍ ବିପିନ ରାୱତ, ସ୍ଥଳସେନା ମୁଖ୍ୟ ଏମ୍ଏମ୍ ନର୍ଭଣେ ପ୍ରମୁଖ ଉପସ୍ଥିତ ଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0