spot_img

ବାରାମୁଲ୍ଲାରେ ଆତଙ୍କବାଦୀ ଆକ୍ରମଣ, ୨ ସିଆରପିଏଫ ଯବାନଙ୍କ ସମେତ ଜଣେ ପୋଲିସକର୍ମୀ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀ ଉପରେ ପୁଣି ଆତଙ୍କବାଦୀଙ୍କ ଆକ୍ରମଣ କରିଛନ୍ତି । ସୋମବାର ତନଖି କରୁଥିବା ସିଆରପିଏଫ ପୋଲିସ୍ ଦଳ ଉପରେ ବାରାମୁଲ୍ଲା ଜିଲ୍ଲାର କ୍ରେରି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିଥିବା ଜଣାପଡିଛି । ଫଳରେ ଜଣେ ସ୍ୱତନ୍ତ୍ର ପୋଲିସ୍ ଅଧିକାରୀ (ଏସପିଓ) ଏବଂ ଦୁଇ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ସୂଚନା ମୁତାବକ ଉଭୟ ପକ୍ଷର ଗୁଳି ବିନିମୟ ଫଳରେ ସିଆରପିଏଫର ୧୧୯ ବାଟାଲିୟନର ଦୁଇଜଣ ଯବାନ ଆହତ ହୋଇଥିଲେ । କିନ୍ତୁ ପରେ ସେମାନଙ୍କର ମୃତ୍ୟୁ ଘଟିଛି । ଆକ୍ରମଣ ପରେ ଆତଙ୍କବାଦୀମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ସଂପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular