spot_img

ATM ଲୁଟେରାକୁ ଧରି ପୋଲିସ ଜିମାଦେଲେ ଲୋକେ

କନ୍ଧମାଳ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନାର ପାବୁରିଆଠାରେ ଏଭଳି ଘଟଣା ଘଟିଛି । ଏଟିଏମ ଲୁଟେରାକୁ ରବିବାର ରାତି ପ୍ରାୟ ୨ଟାରେ ଧରି ପୋଲିସ ଜିମା ଦେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ ରାତି ପ୍ରାୟ ୨ଟା ସମୟରେ ପାବୁରିଆଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମରେ ସଟର ପକାଇ ଭିତରେ ଗ୍ୟାସ୍ କଟର ଧରି ଏଟିଏମ ଭାଙ୍ଗୁଥିବା ସମୟରେ ଏକ ଅଟୋ ଚାଳକ ହାବୁଡରେ ପଡିଯାଇଥିଲା । ଅଟୋ ଧରି ଜଣେ ସେହି ରାସ୍ତାରେ ଯାଉଥିବା ସମୟରେ ଶବ୍ଦ ଶୁଣି ଅନ୍ୟ ଲୋକଙ୍କୁ ଡାକି ଆଣିଥିଲେ । ସମସ୍ତେ ମିଶି ସଟର ଟେକି ଉକ୍ତ ଯୁବକକୁ ନିସ୍ତୁକ ମାଡ ମାରି ପୋଲିସକୁ ଖବର ଦେଇଥିଲେ । ସାରଙ୍ଗଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ନେଇଥିବାର ଜଣାପଡିଛି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular