ବ୍ରହ୍ମପୁର: ବ୍ରହ୍ମପୁରରେ ପିପିଇ କିଟ୍ ପିନ୍ଧି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀଙ୍କୁ ଫେରାଇ ଦେଲେ ପରୀକ୍ଷା କେନ୍ଦ୍ରର କତ୍ତୃପକ୍ଷ । ସୂଚନା ଅନୁସାରେ ପରୀକ୍ଷାର୍ଥୀ ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ଆଜି ପରୀକ୍ଷା ଦେବାକୁ ଆସିଥିଲେ । କିନ୍ତୁ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇନଥିବାରୁ ତାଙ୍କୁ ଫେରାଇ ଦେଇଥିବା ଜଣାପଡିଛି । ବ୍ରହ୍ମପୁର ସହର ସମେତ ସହର ଉପକଣ୍ଠରେ ୪ଟି ସେଣ୍ଟର ହୋଇଛି । ଜେଇଇ ମେନ୍ ପରୀକ୍ଷାର ଆଜି ଦ୍ୱିତୀୟ ଦିନ । କୋଭିଡ କଟକଣା ଭିତରେ ଗତକାଲିଠୁ ଆରମ୍ଭ ହୋଇଛି ପରୀକ୍ଷା । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0