ରାମଚନ୍ଦ୍ରପୁର କାଠଗୋଲା ଠାରେ ଅଟୋ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ମୃତ ଏବଂ ଚାରିଜଣ ଗୁରୁତର ଆହତ । ମୃତକଙ୍କ ଜଣକ ହେଲେ ମାଣିକାଗୋଡା ର ସୁଦାମ ରାଉତ । ହାତକଟା ଗ୍ରାମର ବାସୁଦେବ ମାଝୀ ବାଇକ ଚାଳକ ସୁଦାମ ରାଉତଙ୍କ ପଛରେ ବସି ଗୁରୁତର ଆହତ ହୋଇଛନ୍ତି। ଏଥିସହ ମାଣିକ ନାୟକ ,ଶିଶୁଳା ନାୟକ ଅଟୋରେ ବସି ଯାଉଥିବା ସମୟରେ ଗୁରୁତର ଆହତ ହୋଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନୟାଗଡ଼ ସ୍ଥାନାନ୍ତର ହୋଇଛନ୍ତି। ତେବେ ମୃତ ସୁଦାମ ରାଉତଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ଏନେଇ ଶଵ ବ୍ୟବଚ୍ଛେଦ କରିବା ସହିତ ପୋଲିସ ତଦନ୍ତ ଜାରି ରଖିଛି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0