ନୂଆଦିଲ୍ଲୀ: ଶୀତରେ ଆଲକହଲ ନ ନେବାକୁ ଆଡଭାଇଜରି ଜାରି । ଉତ୍ତର ଭାରତରେ ପ୍ରବଳରୁ ଅତି ପ୍ରବଳ ଶୀତ ପଡିପାରେ । ଏଣୁ ଘରେ କିମ୍ବା ନୂଆ ବର୍ଷରେ ଆଲକହଲ ନେବା ଉଚିତ ହେବ ନାହିଁ । ଏ ନେଇ ଚେତାବନୀ ଦେଇଛି ଭାରତର ପାଣିପାଗ ବିଭାଗ । ଉତ୍ତର ଭାରତର ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଉତ୍ତରଞ୍ଚଳରେ ଅତି ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଆଡଭାଇଜରି ଜାରି କରିଛି ଆଇଏମଡି । ଆସନ୍ତା ୨୮ ତାରିଖରୁ ଏହି ସବୁୂ ରାଜ୍ୟରେ ଥଣ୍ଡା, ଜ୍ୱର ଭଳି ଅତ୍ୟଧିକ ଶୀତରୁ ହେଉଥିବରୁ ବିଭିନ୍ନ ପ୍ରକାର ରୋଗ ଦେଖାଦେବ । ଆଡଭାଇଜରିରେ ଆହୁରି କୁହଯାଇଛି ଯେ, ଆଲକହଲ ନିଅନ୍ତୁ ନାହିଁ । ଏହା ଶରୀରର ତାପମାତ୍ରା ହ୍ରସ କରିଥାଏ । ଘରେ ରୁହନ୍ତୁ, ଭିଟାମନ ସି ଯୁକ୍ତ ଫଳ ଖାଆନ୍ତୁ ଓ ଅତ୍ୟଧିକ ଶୀତରୁ ରକ୍ଷା ପାଇବା ଲାଗି ଚର୍ମକୁ ନିୟମିତ ମଏଶ୍ଚରାଜର କରନ୍ତୁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0