ବଲିଉଡ ଷ୍ଟାର ଆୟୁଷ୍ମାନ ଖୁରାନା ନିଜର ଅପକମିଙ୍ଗ ଫିଲ୍ମ ” ଆକ୍ସନ ହିରୋ-2022″ ସମ୍ପର୍କରେ ଶନିବାର ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଆୟୁଷ୍ମାନ ସମ୍ପୂର୍ଣ୍ଣ ନୂତନ ଲୁକରେ ନଜର ଆସିବାକୁ ଯାଉଛନ୍ତି । ଟିଜର ମଧ୍ୟ ରିଲିଜ ହୋଇଛି । ଏହି ଟିଜରଟିକୁ ଆୟୁଷ୍ମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଶେୟାର କରିଛନ୍ତି । ନୀରଜ ଯାଦବଙ୍କ ସହିତ ମିଳିତ ଖୁରାନାଙ୍କ ନୂଆ ଅନ୍ଦାଜ୍ ରିଲିଜ ହେଲା ଟିଜର୍ ଭାବରେ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ନିର୍ଦେଶକ ଅନିରୁଦ୍ଧ ଆୟର । ଟିଜରର ପ୍ରଚ୍ଛଦରେ ଆୟୁଷ୍ମାନଙ୍କ ସ୍ୱର ରହିଛି । ରୋମାଣ୍ଟିକ ହିରୋ ହୋଇଥିଲେ ନାଚି ଗାଇ କାମ ସମାପ୍ତ କରିଥାନ୍ତି । ମାତ୍ର ବନ୍ଧୁ ଏବେ ଲଢିବାକୁ ପଡିବ । ମାତ୍ର ମୋତେ ଲଢିବାର ଅଭିନୟ ଜଣାଅଛି,ଲଢେଇ ଜଣା ନାହିଁ ବୋଲି କହିଛନ୍ତି ଆୟୁଷ୍ମାନ । ଏହି ଫିଲ୍ମ ପାଇଁ ଆୟୁଷ୍ମାନ ଭୂଷଣ କୁମାର ଓ ଆନନ୍ଦ ଏଲ ରୟଙ୍କ ସହିତ ଏକାଠି ହୋଇଛନ୍ତି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0