ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ ହୋଇ ଉଠିଛି | ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ବାବୁଲ ସୁପ୍ରିୟୋ | ସେ କିଛି ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଥିଲେ | ତେବେ ସେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରହିଥିଲେ | ସେ ରାଜନୀତିରୁ ସନ୍ୟାସ ନେବା ଘୋଷଣା କରିଥିଲେ | ନ୍ଦ୍ରରୁ ମନ୍ତ୍ରୀ ପଦ ଚାଲିଯିବା ପରେ ଅସନ୍ତୁଷ୍ଟ ହୋଇ ବାବୁଲ ବିଜେପି ଛାଡିଥିବା ଯେଉଁ ଆଲୋଚନା ହେଉଥିଲା, ତାହା ଏବେ ସତ ପ୍ରମାଣିତ ହୋଇଛି। ଟିଏମ୍ସିର ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ସାଂସଦ ଡେରେକ ଓବ୍ରାୟନଙ୍କ ଉପସ୍ଥିତିରେ ସେ ଟିଏମ୍ସିରେ ମିଶିଛନ୍ତି। ସେ କିଛି ଦିନ ପୂର୍ବରୁ କହିଥିଲେ ମୁଁ କୌଣସି ରାଜନୀତିକ ଦଳକୁ ଯାଉନାହିଁ। ଟିଏମସି, କଂଗ୍ରେସ କିମ୍ବା ସିପିଆଇଏମକୁ ଯାଉନି। ମୁଁ ଏଠାରେ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୋତେ କେହି ବି ଡାକି ନାହାନ୍ତି। ତେଣୁ ମୁଁ କେଉଁ ଦଳରେ ମିଶିବିନି। ମୁଁ ୱାନ ଟିମ୍ ପ୍ଲେୟାର। ସବୁବେଳେ ଗୋଟିଏ ଟିମକୁ ସମର୍ଥନ କରେ। ସେହି ଦଳ ହେଲା ମୋହନ ବାଗନ। ମୁଁ ସବୁବେଳେ ଗୋଟିଏ ଦଳରେ ରହିଛି। ସେଇଟା ହେଲା ବିଜେପି-ପଶ୍ଚିମବଙ୍ଗ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0