ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ଗୁଣଦେଇ ଛକ ନିକଟରେ ଡ୍ରେନରେ ଫସିଥିଲା ହାତୀ ଛୁଆ । ଆଉ ଛୁଆକୁ ଜଗି ରହିଥିଲେ ହାତୀପଲ । ହାତୀ ଛୁଆର ବୟସ ପ୍ରାୟ ଦେଢ଼ ବର୍ଷ ହେବ ।
ଏହି ଅଞ୍ଚଳରେ ହାତୀ ପଲ ଯାତାୟାତ କରୁଥିବା ବେଳେ ଏହି ଦେଢ଼ ବର୍ଷର ହାତୀ ଛୁଆଟି ଏହି ଡ୍ରେନରେ ପଡି ଯାଇଥିବ ଅନୁମାନ କରାଯାଇଛି । ତେବେ ହାତୀ ପଲ ତାକୁ ଜଗି ରହିଥିଲେ । ମାତ୍ର ହାତୀ ଛୁଆଟି ଡ୍ରେନରୁ ବାହାରି ପାରି ନଥିଲା । ସକାଳେ ଗୁଣଦେଈ ଗ୍ରାମବାସୀ ଦେଖି ବନ କର୍ମଚାରୀମାନଙ୍କ ସହାୟତାରେ ହାତୀ ପଲଙ୍କୁ କିଛି ଦୂର ଘଉଡାଇଥିଲେ । ପରେ ହାତୀ ଛୁଆଟିକୁ ଡ୍ରେନରୁ ବାହାର କରିଥିଲେ । ହାତୀ ଛୁଆଟି ସୁସ୍ଥ ଥିବାବେଳେ ହାତୀ ପଲଙ୍କ ପାଖକୁ ପଳାଇଥିବା ଜଣାପଡିଛି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0