ଯାଜପୁର: ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଏକ ବଡ ଘାଇ ସୃଷ୍ଟି ହୋଇଛି । ଯାହାଫଳରେ ଲୋକେ ଭୟରେ ଆତଙ୍କିତ ହୋଇଯାଇଛନ୍ତି । ସୂଚନା ମୁତାବକ, ଦଶରଥପୁର ବ୍ଲକର କଣ୍ଟପଡାଠାରେ ବୈତରଣୀ ନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଏହା ଫଳରେ ଶହ ଶହ ହେକ୍ଟର ଚାଷ ଜମିରେ ଜଳ ମାଡିଯାଇଛି । ଲଗାତାର ଭାବେ ଏହିଠାରେ ଷଷ୍ଠ ଥର ପାଇଁ ଘାଇ ସୃଷ୍ଟି ହୋଇଛି । କଣ୍ଟପଡାଠାରେ ବୈତରଣୀ ନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହେବା ପରେ ମଧ୍ୟ କୌଣସି ଅଧିକାରୀ ସେଠାରେ ପହଞ୍ଚି ନ ଥିବା କୁହାଯାଇଛି । ପୁଣି ଆଉ ଏକ ଲଘୁଚାପ ଆଶଙ୍କା ଦେଖା ଦେଇଥିବାରୁ ସେଠାରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆସନ୍ତା କାଲିଠାରୁ ଆଉ ଏକ ଲଘୁଚାପର ଆଶଙ୍କା ଦେଖା ,ଦେଇଥିବାରୁ ପୁଣି ଜଳସ୍ତର ସାମାନ୍ୟ ବିପଦ ସଙ୍କେତ ଉପରକୁ ଯାଇପାରେ ବୋଲି କୁହାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0