ବଲିଉଡ ଫିଲ୍ମ ନିର୍ମାତା ପ୍ରକାଶ ଝାଙ୍କ ଶୁଟିଂ ସେଟ୍ରେ ବଜରଙ୍ଗ ଦଳର କର୍ମୀମାନେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ରବିବାର ମଧ୍ୟପ୍ରଦେଶ ଭୋପାଳରେ ୱେବ୍ ସିରିଜ୍ ଆଶ୍ରମ-୩ର ଶୁଟିଂ ଚାଲି ଥିବାବେଳେ ବଜରଙ୍ଗ ଦଳର ସଦସ୍ୟମାନେ ଶୁଟିଂ ସେଟ୍ ଭିତରେ ପଶି ହଙ୍ଗାମା କରିଥିଲେ। ରବିବାର ସନ୍ଧ୍ୟାରେ ଏରେରା ହିଲ୍ସ ଅଞ୍ଚଳରେ ଥିବା ପୁରୁଣା ଜେଲ୍ ପରିସର୍ରେ ‘ଆଶ୍ରମ ୩’ର ଶୁଟିଂ ଚାଲିଥିଲା। ଏହି ସମୟରେ ଶତାଧିକ ବଜରଙ୍ଗ ଦଳର କର୍ମୀମାନେ ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ। ସେମାନେ ‘ପ୍ରକାଶ ଝା ମୁର୍ଦାବାଦ’ ‘ବବି ଦେୱଲ ମୁର୍ଦାବାଦ’ ଓ ‘ଜୟ ଶ୍ରୀରାମ’ ନାରା ଦେଇ ଆକ୍ରମଣ କରିଥିଲେ। ବଜରଙ୍ଗ ଦଳର କର୍ମୀମାନେ କହିଛନ୍ତି ଯେ, ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ‘ଆଶ୍ରମ’ ୱେବ୍ ସିରିଜ୍ ‘ଆଶ୍ରମ’ ହିନ୍ଦୁ ଧର୍ମ ବିରୋଧୀ ଏବଂ ଏଥିରେ ଚିତ୍ରଣ କରାଯାଉଥିବା ଚରିତ୍ର ସମାଜକୁ ଖରାପ ବାର୍ତ୍ତା ଦେଉଛି। ଏଥିରେ ବବି ଦେୱଲ ଅଭିନୟ କରିଛନ୍ତି। ଯେପର୍ଯ୍ୟନ୍ତ ଏହି ୱେବ୍ ସିରିଜ୍ର ନାଁ ବଦଳିବ ନାହିଁ ସେ ପର୍ଯ୍ୟନ୍ତ ଏହାକୁ ରିଲିଜ୍ କରିବାକୁ ଦିଆଯିବନି। ଘଟଣାକୁ ନେଇ ପ୍ରକାଶ ଝା ବର୍ତ୍ତମାନ ସୁଦ୍ଧା ପୋଲିସ୍ରେ ଅଭିଯୋଗ କରି ନାହାନ୍ତି। ଏଥିସହ ସେ ଏହି ୱେବ୍ ସିରିଜ୍ର ନାଁ ବଦଳାଇବେ ବୋଲି ଆଶ୍ୱାସନା ଦେଇଥିବା ବଜରଙ୍ଗ ଦଳର ଜଣେ କର୍ମୀ କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0