spot_img

ବଲାଙ୍ଗୀର ଗସ୍ତରେ ମନ୍ତ୍ରୀ ସମୀର ଦାସ

ବଲାଙ୍ଗୀର : ବଲାଙ୍ଗୀର ପି ପି ଏକାଡେମୀ ଓ ପି ଆର ହାଇସ୍କୁଲ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ସମୀର ଦାସ । ଏହି ଗସ୍ତ ସମୟରେ କୋଭିଡ ଗାଇଡ଼ଲାଇନ୍‌ର ସମୀକ୍ଷା କରିଛନ୍ତି । ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସଂକ୍ରମଣ ସମୟରେ ସ୍କୁଲ ଖୋଲିଥିଲେ ମଧ୍ୟ ଭୟ ରହିଛି । ତେଣୁ ପ୍ରତି ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟ କରାଯାଇଛି । ତେବେ ଏସବୁ ତଦାରଖ ପାଇଁ ବଲାଙ୍ଗିରର ବିଭିନ୍ନ ସ୍କୁଲ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସ୍କୁଲ୍ ରେ କୋଭିଡ ଗାଇଡ ଲାଇନ ନେଇ  ତଦାରଖ କରିଛନ୍ତି ।  ସ୍କୁଲ୍ ଛାତ୍ର-ଛାତ୍ରୀଙ୍କ ସହ ପାଠ ପଢା କୁ ନେଇ ମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି । ସେହିପରି  ସ୍କୁଲ୍ ଆସୁନଥିବା ଛାତ୍ର ଛାତ୍ରୀଙ୍କ ପରିବାର ସହ କଥା ହେବାକୁ ଶିକ୍ଷକଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular